ଦାୟିତ୍ୱ ନେଲେ ଗଞ୍ଜାମ ଏସ୍‌ପି, କହିଲେ ଆଇନଶୃଙ୍ଖଳା ଉପରେ ରହିବ ପୂରା ଫୋକସ୍‌

ଛତ୍ରପୁର,୩ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଏସ୍‌ପି ଭାବେ ଶୁଭେନ୍ଦୁ କୁମାର ପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତ। ୨୦୧୯ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପାତ୍ର ଏହା ପୂର୍ବରୁ କନ୍ଧମାଳ ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। ଧାର୍ମିକ ଗଞ୍ଜାମ ଜିଲାରେ କାମ କରିବାକୁ ସୁଯୋଗ ଦେଇଥିବାରୁ ରାଜ୍ୟ ସରକାର ଓ ଓଡ଼ିଶା ପୋଲିସକୁ ଧନ୍ୟବାଦ ଦେଉଛି ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ସେ କହିଛନ୍ତି। ଅପରାଧ ନିୟନ୍ତ୍ରଣ ଓ ପଦକ୍ଷେପ, ଆଇନଶୃଙ୍ଖଳା ବଜାୟ ରଖିବା ମୁଖ୍ୟତଃ ପୋଲିସର ଫୋକସ୍‌ ରହିବ ବୋଲି ଏସ୍‌ପି କହିଛନ୍ତି। ଏବେ ଗଞ୍ଜାମରେ ପାର୍ବଣ ଋତୁ ଚାଲିଛି ଏବଂ ସେ ଦିଗରେ ପୋଲିସ କାମ କରିବ। କିଭଳି ଜିଲାରେ ଆଇନ ଶୃଙ୍ଖଳା ବଜାୟ ରହିବା ସହ ପୂଜା ସୁରୁଖୁରୁରେ ସମାପନ ହେବ ସେନେଇ ଗଞ୍ଜାମ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିବ ଏବଂ ଆମେ ଆଶା କରୁଛୁ ସେଥିରେ ସଫଳତା ମିଳିବ। ଜିଲାର ଅଫିସରମାନଙ୍କୁ ନେଇ ତଥ୍ୟ ସଂଗ୍ରହ କରି ଜିଲା ପାଇଁ ଏକ ଷ୍ଟ୍ରେଟେଜି କରାଯିବ ଏବଂ ଯାହାକି ଜିଲାର ହିତ ପାଇଁ କାମ କରିବୁ ବୋଲି ଏସ୍‌ପି କହିଛନ୍ତି।
ସୂଚନାଯୋଗ୍ୟ, ଏଠାରୁ ଏସ୍‌ପି ଜଗମୋହନ ମୀନାଙ୍କ କଟକ ଡିସିପି ଭାବେ ବଦଳି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାସ୍କେଟ ବଲ କ୍ରୀଡ଼ା ଉତ୍ସବ: ସାମିଲ ହେଲେ ୧୨ ବିଦ୍ୟାଳୟ

ସମ୍ବଲପୁର,୨୫ା୪(ବି.ଶଙ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ସମ୍ଭାଗସ୍ତରୀୟ ତିନିଦିନିଆ ବାସ୍କେଟ୍‌ ବଲ କ୍ରୀଡ଼ା ଉତ୍ସବ ସମ୍ବଲପୁରସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି।...

ମହୁଲଫୁଲ ୪୭ ଟଙ୍କାରୁ କମ୍‌ରେ କିଣିଲେ ହେବ ଲାଇସେନ୍ସ ରଦ୍ଦ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ୫୦ ପ୍ରତିଶତ ଲୋକ ଲଘୁବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ା...

ବସିବାକୁ କେନ୍ଦ୍ର କରି ହଟ୍ଟଗୋଳ: ବିକଶିତ ଗାଁ ବିକଶିତ ଓଡ଼ିଶା ବୈଠକ ବନ୍ଦ

କାଳିପଦା,୨୫।୪(ରାଜଶ୍ରୀ ପାଣିଗ୍ରାହୀ)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ବିକଶିତ ଗାଁ ବିକାଶିତ ଓଡ଼ିଶା କାର୍ଯ୍ୟକ୍ରମ ଲାଗି ବୈଠକ ଆୟୋଜନ କରାଯାଇଥିଲା।...

ପହଲଗାମ ଆଟାକ୍‌ବେଳେ ସେଠାରେ କାହିଁକି ନ ଥିଲେ ସେନା? ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ,୨୫।୪: କେନ୍ଦ୍ର ସରକାର ଜମ୍ମୁ ଏବଂ କଶ୍ମୀରର ପହଲଗାମର ବୈସାରନ ଘାଟିରେ ମଙ୍ଗଳବାର (୨୨ ଏପ୍ରିଲ) ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଦିଲ୍ଲୀରେ ଏକ ସର୍ବଦଳୀୟ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ୫ ମାସ ୨୦ ଦିନରେ ଚୂଡ଼ାନ୍ତ...

ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ବିଭିନ୍ନ ସଙ୍ଗଠନ

ବଡ଼ଗାଁ,୨୫।୪(ଅଶୋକ ଷଡ଼ଙ୍ଗୀ): କଶ୍ମୀରର ପହଲଗାମ୍‌ରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।...

ଭାରତର ଏହି ବନ୍ଧୁ ରାଷ୍ଟ୍ର ପାକିସ୍ତାନକୁ ଦେଲା ପାନେ, ଟେଶନରେ ପାକ୍‌

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଆମେରିକା, ଋଷିଆ ସମେତ ବିଶ୍ୱର ଅଧିକାଂଶ ଦେଶ ଏହି...

ତାର ଉପରେ ଗଛ ପଡ଼ି ବିଦ୍ୟୁତ୍‌ ସରବରାହ ବନ୍ଦ

ଖଜୁରିପଡ଼ା,୨୫ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଡଲାବାଲି ଛକ ଖେଳପଡିଆଠାରେ ବିଦ୍ୟୁତ୍‌ ତାର ଉପରେ ଗୁରୁବାର ଗଛ ପଡ଼ି ଯିବାରୁ ଦୀର୍ଘ ୯ ଘଣ୍ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image