ଗଞ୍ଜାମର ୫.୮୩ ଲକ୍ଷ ନେଲେଣି ପ୍ରଥମ ଡୋଜ ଟିକା

ଛତ୍ରପୁର,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକା ନେବାକୁ ଲୋକଙ୍କ ଆଗ୍ରହ ବଢିଛି। ଜିଲାରେ ଶୁକ୍ରବାର ସୁଦ୍ଧା ୫ ଲକ୍ଷ ୮୩ ହଜାର ୫୩୫ ଜଣଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି। ସେଥିମଧ୍ୟରେ ୪ ଲକ୍ଷ ୭୯ ହଜାର ୩୯୯ ଜଣ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଥିବାବେଳେ ୧ ଲକ୍ଷ ୪ ହଜାର ୧୩୬ ଜଣ ୧୮ରୁ ୪୪ ବର୍ଷ ବୟସର ଅଛନ୍ତି। ଏଥିସହ ୧ ଲକ୍ଷ ୫ ହଜାର ୯୬୬ ଜଣ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି। ଜିଲାର ସବୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବ୍ରହ୍ମପୁର, ଉପଖଣ୍ଡ ହସ୍ପିଟାଲରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଟିକାର ସୁବିଧା ଅଛି । କେବଳ ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଟିକା ନେବା ପାଇଁ ବ୍ରହ୍ମପୁରରେ ସୁବିଧା ଅଛି । ଫଳରେ ଉକ୍ତ ବୟସର ବ୍ୟକ୍ତି ବିଭିନ୍ନ ଅଞ୍ଚଳରୁ ଆସି ବ୍ରହ୍ମପୁରରେ ଟିକା ନେଉଛନ୍ତି।

Share