Advertisement

ରିଲିଜ୍‌ ହେଲା ‘ଗଣପତ’

ମୁମ୍ବାଇ: ଅଭିନେତା ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଣପତ’ ଶୁକ୍ରବାର ପ୍ରେକ୍ଷାଳୟରେ ପହଞ୍ଚିଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଏହି ଆକ୍ସନ ପ୍ୟାକ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଏହାର ପ୍ରଥମ ଦିନର ପ୍ରଥମ ଶୋ’ ଦେଖିବା ପାଇଁ ପ୍ରେକ୍ଷାଳୟରେ ଭିଡ଼ ଜମିଛି । ଏହା ସହିତ, ପ୍ରଶଂସକମାନେ ଫିଲ୍ମ ଦେଖିବା ପରେ ସୋସିଆଲ ମିଡିଆରେ ସମୀକ୍ଷା ବାଣ୍ଟୁଛନ୍ତି।

‘ଗଣପତ’ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବାହଲ। ଏହି ଆକ୍ସନ ପ୍ୟାକ ହୋଇଥିବା ଚଳଚ୍ଚିତ୍ର ବର୍ତ୍ତମାନ ଦର୍ଶକଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ଗ୍ରହଣ କରିଛି। ଶୁକ୍ରବାର ପ୍ରଥମ ଶୋ ଦେଖିବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି ଏବଂ ସେମାନଙ୍କର ସମୀକ୍ଷା ମଧ୍ୟ ଶେୟାର କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel