Categories: ଜାତୀୟ

ଜ୍ଞାନବ୍ୟାପି ମାମଲା, ୧୦୦୦ ଫଟୋ-ଭିଡ଼ିଓ ସହିତ ୧୨ ପୃଷ୍ଠାର ରିପୋର୍ଟ ଦାଖଲ…

ବାରାଣସୀ, ୧୯।୫ : ଜ୍ଞାନବ୍ୟାପି ମସଜିଦ୍‌ ମାମଲାରେ କମିଶନର କୋର୍ଟରେ ୧୦୦୦ ଫଟୋ, ଭିଡ଼ିଓ ସହିତ ୧୨ ପୃଷ୍ଠାର ରିପୋର୍ଟ ଦାଖଲ କରିଛନ୍ତି। ଗୁରୁବାର କମିଶନର ବାରାଣସର କୋର୍ଟରେ ସର୍ଭେର ରିପୋର୍ଟ ଦାଖଲ କରିବାକୁ ପୂର୍ବରୁ ଦୁଇ ଦିନ ସମୟ ନେଇଥିଲେ। ମେ ୧୪ରୁ ୧୬ ମଧ୍ୟରେ ହୋଇଥିବା ସର୍ଭେ ରିପୋର୍ଟ ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଛି।

କୋର୍ଟର ସ୍ବତନ୍ତ୍ର କମିଶନର ବିଶାଳ ସିଂ ସର୍ଭେ ରିପୋର୍ଟ ସିଭିଲ୍‌ ଜଜ୍‌ ସିନିଅର ଡିଭିଜନ ରବି କୁମାର ଦିବାକରଙ୍କ କୋର୍ଟରେ ଦାଖଲ କରିଛନ୍ତି। ସହାୟକ ଆଡଭୋକେଟ କମିଶନର ଅଜୟ ପ୍ରତାପ ସିଂ ଏବଂ ବିଶାଳ ସିଂ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଏହା ପୂର୍ବରୁ ପୂର୍ବତନ କୋର୍ଟ କମିଶନର ଅଜୟ ମିଶ୍ର ବାରାଣସୀ ସିଭିଲ କୋର୍ଟରେ ତାଙ୍କର ଦୁଇ ଦିନିଆ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ କୋର୍ଟ କମିଶନର ଅଜୟ ମିଶ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା ଦୁଇ ପୃଷ୍ଠାର ରିପୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ କରାଯାଇଛି। ବୁଧବାର ପୂର୍ବତନ କୋର୍ଟ କମିଶନର ଅଜୟ ମିଶ୍ର ଦୁଇ ଦିନିଆ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ।

ରିପୋର୍ଟରେ, ଶେଷନାଗଙ୍କ ଆକୃତି ଏକ ପଥର ପ୍ଲେଟ ବିଷୟରେ ଉଲ୍ଲେଖ ଅଛି। ରିପୋର୍ଟରେ କୁହାଯାଇଛି ଯେ ମସଜିଦର ଉତ୍ତରରୁ ପଶ୍ଚିମ ଦିଗକୁ ଯିବାବେଳେ ଏହା ରହିଛି। ଏହା ବ୍ୟତୀତ ଅନେକ ସ୍ଥାନରେ ଦେବତାମାନଙ୍କର ଚିତ୍ର ଦେଖିବାକୁ ମିଳିଛି। କିଛି ପଥର ପ୍ଲେଟରେ କମଳର ଆକୃତି ରହିଛି। ଉତ୍ତରରୁ ପଶ୍ଚିମ ପର୍ଯ୍ୟନ୍ତ କାନ୍ଥର କୋଣରେ ମଧ୍ୟ ବହୁ ସଙ୍କେତ ରହିଛି।

Share