Categories: ଜାତୀୟ

ଜ୍ଞାନବାପି ସର୍ଭେ ରାୟ ଦେଇଥିବା ଜଜ୍‌ଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ, ୯ା୬: ଉତ୍ତରପ୍ରଦେଶ ଜ୍ଞାନବାପି ମସ୍‌ଜିଦ୍‌ରେ ଭିଡିଓଗ୍ରାଫି ସର୍ଭେ ପାଇଁ ରାୟ ଦେଇଥିବା ବାରାଣସୀ କୋର୍ଟ ଜଜ୍‌ ରବି କୁମାର ଦିବାକରଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ତାଙ୍କ ନିକଟକୁ ଆସିଥିବା ଏକ ଧମକପୂର୍ଣ୍ଣ ଚିଠି ବାବଦରେ ସେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଏବଂ ବାରାଣସୀ ପୋଲିସ କମିଶନରଙ୍କୁ ମଙ୍ଗଳବାର ଜଣାଇଛନ୍ତି।

ଚିଠିଟି ଇସ୍‌ଲାମିକ ଆଗାଜ୍‌ ମୁଭମେଣ୍ଟ ତରଫରୁ କେହି କାଶିଫ୍‌ ଅହମ୍ମଦ ସିଦ୍ଦିକି ପଠାଇଥିବା ସେଥିରେ ଲେଖାଯାଇଛି। ‘ଜ୍ଞାନବାପି ମସ୍‌ଜିଦ୍‌ କମ୍ପ୍ଲେକ୍ସରେ ସର୍ଭେ ଏକ ସାଧାରଣ ପ୍ରକ୍ରିୟା ବୋଲି ତୁମେ କହିଛ। ତୁମେ ଜଣେ ମୂର୍ତ୍ତି ପୂଜକ। ତେଣୁ ଏକ ମସ୍‌ଜିଦ୍‌କୁ ତୁମେ ମନ୍ଦିର ବୋଲି ଘୋଷଣା କରିଦେବ। ଜଣେ କାପୁରୁଷ, ମୂର୍ତ୍ତିପୂଜକ, ହିନ୍ଦୁ ଜଜ୍‌ଙ୍କଠାରୁ କୌଣସି ମୁସଲମାନ ଏକ ଉପଯୁକ୍ତ ନିଷ୍ପତ୍ତି ଆଶା କରନ୍ତି ନାହିଁ’ ବୋଲି ଚିଠିରେ ଉଲ୍ଲେଖ ରହିଛି। ଜଜ୍‌ ରବି କୁମାର ଏବଂ ତାଙ୍କ ପରିବାରକୁ ପୂର୍ବରୁ ଯୋଗାଯାଇଥିବା ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଥିବା ବାରାଣସୀ ପୋଲିସ କମିଶନର ଏ. ସତୀଶ ଗୁପ୍ତା କହିଛନ୍ତି।

Share