କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ, ବୁଷ୍ଟର ଡୋଜ ମଧ୍ୟରେ ରହିବ ୯-୧୨ ମାସର ବ୍ୟବଧାନ!

ନୂଆଦିଲ୍ଲୀ,୨୬ ।୧୨: ଦେଶରେ କୋଭିଡ ୧୯ ବୁଷ୍ଟର ଡୋଜ ଦେବାଲାଗି ଅନୁମତି ମିଳିଯାଇଛି । ଏହା ପ୍ରଥମେ ଫ୍ରଣ୍ଟଲାଇନ୍ ୱାର୍କର୍ସ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ । ଏହାସହ ଯେଉଁମାନେ କୌଣସି ବଡ ଧରଣର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ସେମାନଙ୍କୁ ମଧ୍ୟ ଦିଆଯିବ । ହେଲେ କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ମଧ୍ୟରେ କେତେ ସମୟର ବ୍ୟବଧାନ ରହିବ ତାହାକୁ ନେଇ ମନ୍ଥନ ଚାଲିଛି । ପିଟିଆଇର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ମଧ୍ୟରେ ୯-୧୨ ମାସର ବ୍ୟବଧାନ ରହିପାରେ ।ଦେଶରେ କରୋନା ଭ୍ୟାକ୍ସିନ ନିର୍ମାଣକାରୀ କମ୍ପାନୀ (କୋଭିସିଲ୍ଡ ଓ କୋଭାକ୍ସିନ) ବର୍ତ୍ତମାନ ଦିଆଯାଉଥିବା ଟିକାର ବ୍ୟବଧାନକୁ ନେଇ କାମ କରୁଛନ୍ତି । ଏହାର ନିର୍ଣ୍ଣୟ ଖୁବଶୀଘ୍ର ନିଆଯିବ ବୋଲି ଜଣାପଡିଛି । ହେଲେ ରିପୋର୍ଟରୁ ଜଣାପଡିଛି କି ବୁଷ୍ଟର ଡୋଜ ପାଇଁ ୯-୧୨ ମାସ ବ୍ୟବଧାନ ରଖିବା ଜରୁରୀ ।

Share