କୋଭିଶିଲ୍ଡ ଡୋଜ୍‌ ମଧ୍ୟରେ ବ୍ୟବଧାନ ହ୍ରାସ

ନୂଆଦିଲ୍ଲୀ,୨୧।୩ : ଭାରତର ଜାତୀୟ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କୋଭିଶିଲ୍ଡର ଦୁଇ ଡୋଜ୍‌ ମଧ୍ୟରେ ବ୍ୟବଧାନ ହ୍ରାସ କରିବା ଲାଗି ଏନ୍‌ଟିଏଜିଆଇ (ନ୍ୟାଶନାଲ ଟେକ୍‌ନିକାଲ ଆଡଭାଇଜରୀ ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେଶନ) ସୁପାରିସ୍‌ କରିଛି। ପ୍ରଥମ ଡୋଜ୍‌ କୋଭିଶିଲ୍ଡ ଟିକା ନେବାର ୮ରୁ ୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ଦିଆଯାଇପାରିବ। ଏବେ ଏହି ଟିକାର ଦୁଇ ଡୋଜ୍‌ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ରହିଛି। ତେବେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ କ୍ଷେତ୍ରରେ ବ୍ୟବଧାନରେ କୌଣସି ପରିବର୍ତ୍ତନ ହୋଇନାହିଁ। ପ୍ରଥମ ଡୋଜ୍‌ ନେବାର ୨୮ ଦିନ ପରେ କୋଭାକ୍ସିନ୍‌ର ଦ୍ୱିତୀୟ ଡୋଜ୍‌ ଦିଆଯାଉଛି। ଟିକାକରଣ କାର୍ଯ୍ୟକ୍ରମର ତଥ୍ୟକୁ ନେଇ ବିଶ୍ୱସ୍ତରରେ ବିଜ୍ଞାନସମ୍ମତ ପ୍ରମାଣ ଆଧାରରେ ଏନ୍‌ଟିଏଜିଆଇ କୋଭିଶିଲ୍ଡ ଡୋଜ୍‌ ମଧ୍ୟରେ ବ୍ୟବଧାନ ହ୍ରାସ କରିବା ଲାଗି ସୁପାରିସ କରିଛି।

Share