Categories: ଜାତୀୟ

୧୨୩ ଆସନରେ ବ୍ୟବଧାନ ୩ ହଜାରରୁ କମ୍‌: ଯେ କୌଣସି ସମୟରେ ବଦଳିପାରେ ସ୍ଥିତି

ପାଟନା,୧୦।୧୧: ବିହାର ନିର୍ବାଚନରେ ଯେ, କୌଣସି ସମୟରେ ସ୍ଥିତି ବଦଳିପାରେ। ଏଠାରେ ୧୨୩ ଆସନରେ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ ୩ ହଜାରରୁ କମ୍‌ ରହିଛି। ସେହିପରି ୮୦ ଆସନରେ ଭୋଟ ବ୍ୟବଧାନ ୨ ହଜାରରୁ କମ୍‌ ରହିଛି। ୪୯ଆସନରେ ଏହି ବ୍ୟବଧାନ ହଜାରେରୁ କମ୍‌ ରହିଛି। ୨୦ ଆସନରେ ବ୍ୟବଧାନ ୫ ଶହରୁ କମ୍‌ ଥିବାବେଳେ ୭ ଆସନରେ ଅନ୍ତର ୨ ଶହରୁ କମ୍‌ ରହିଛି। ଅପରପକ୍ଷରେ ୧୬୬ ଆସନରେ ଭୋଟ ବ୍ୟବଧାନ ୫ ହଜାରରୁ କମ ରହିଛି। ଏସବୁ ଆସନର ଫଳାଫଳ ଆସିଲେ ସ୍ଥିତିରେ ଅଦଳ ବଦଳ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଉଛି।

Share