ଛତ୍ରପୁର,୧୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଉଭୟ ସହରାଞ୍ଚଳଓ ଗ୍ରାମାଞ୍ଚଳରେ ମହିଳା ସଶକ୍ତୀକରଣ ଆଉ ପାଦେ ଆଗେଇଛି । ସହରାଞ୍ଚଳ ପରେ ଗ୍ରାମାଞ୍ଚଳ ପରିମଳ ପରିଚାଳନାର ନେତୃତ୍ୱ ନେବା ଆରମ୍ଭ କରିଛନ୍ତି ମହିଳା। ସୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବ୍ୟାଟେରୀ ଚାଳିତ ଯାନ ଦାରା ଘର ଘର ବୁଲି ଆବର୍ଜନା ସଂଗ୍ରହ କରି ଜୈବିକ କେନ୍ଦ୍ରରେ ତାହାର ପ୍ରକ୍ରିୟାକରଣ ଜରିଆରେ ପ୍ରାକୃତିକ ‘ମୋ ଖତ’ ବାହାର କରାଯାଉଛି। ସହରାଞ୍ଚଳ ରେ ମହିଳା ସଙ୍ଘ ପକ୍ଷରୁ ଖୋଲାଯାଇଥିବା ଦୋକାନରୁ ଜନସାଧାରଣ ମଧ୍ୟ ଉକ୍ତ ସୁଲଭ ଦରରେ କିଣିପାରୁଛନ୍ତି । ଏଥିସହ ବନ ବିଭାଗ ପକ୍ଷରୁ ମହିଳା ସଙ୍ଘ ମାନଙ୍କଠାରୁ ଖତ କିଣାଯିବାର ବ୍ୟବସ୍ଥା ହୋଇଛି। ଉକ୍ତ ବିଭାଗ ଏହି ଖତ କିଣି ନର୍ସରୀ ଓ ବନିକରରଣରେ ପ୍ରୟୋଗ କରୁଛନ୍ତି। ଛତ୍ରପୁର ଏନଏସିରେ ମହାବୀର ନଗରରେ ଥିବା ମା’ ଆଦିଶକ୍ତି ମହିଳା ସୟଂ ସହାୟିକା ଗୋଷ୍ଠୀଠାରୁ ୧ ହଜାର କିଗ୍ରା ବନ ବିଭାଗ କିଣିଛନ୍ତି । ପୂର୍ବରୁ ମଧ୍ୟ ମହିଳାସଙ୍ଘଠାରୁ ୫୦୦ କିଗ୍ରା କିଣି ଥିଲେ।