ଭଙ୍ଗା ଟ୍ରାକ୍ଟରରେ ବୁହା ହେଉଛି ଆବର୍ଜନା: ପଡ଼ୁଛି ରାସ୍ତାରେ

ଗଞ୍ଜାମ,୧୯।୧(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଗୋଟିଏ ହେଲେ ଆଖି ଦୃଶିଆ କାର୍ଯ୍ୟ ହୋଇନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଥିପାଇଁ ରାଜନୈତିକ ଇଛାଶକ୍ତି ଓ ଏନ୍‌ଏସି ପ୍ରଶାସନକୁ ଲୋକେ ସିଧାସଳଖ ଦାୟୀ କରିଛନ୍ତିl ଭାଙ୍ଗି ଯାଇଥିବା ଟ୍ରାକ୍ଟରରେ ସହରର ଅଳିଆ ଆବର୍ଜନା ବୁହା ହେଉଛି। ଅଳିଆ ନେବାବେଳେ ତାହା ବଜାର ସାରା ପଡିପଡି ଯାଉଛି l ତଥାପି ଏ ଦିଗରେ ଏନ୍‌ଏସି ପ୍ରଶାସନର ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟ ଜନକ ବୋଲି ପୂର୍ବତନ ଏମପି ପ୍ରତିନିଧି ତଥା ଯୁବ ନେତା ସୁଧୀର କୁମାର ପାଢ଼ୀ କହିଛନ୍ତି।
ସେ କହିଛନ୍ତି ଯେ, ଏନ୍‌ଏସିରେ ବହୁତ ପ୍ରକଳ୍ପ ଅଧା ପାନ୍ତାରିଆ ଭାବେ ପଡି ରହିଛି l ତାକୁ ସମ୍ପୂଣ୍ଣର୍ର୍ କରିବା ପାଇଁ ବାରମ୍ବାର ଏନ୍‌ଏସି ପ୍ରଶାସନ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି ବୋଲି ସେ କହିଛନ୍ତି l ଏ ସମ୍ପର୍କରେ ଏନଏସି ଇଓଙ୍କ ପ୍ରତିକ୍ରିୟା ମିଳି ପାରନାହିଁ।

Share