ଏସ୍‌ସିବିରେ ଜମିରହୁଛି ଆବର୍ଜନା

କଟକ,୨୫ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ (ଏସ୍‌ସିବି)ର ବିଭିନ୍ନ ବିଭାଗ ପରିସରରେ କୁଢ଼ କୁଢ଼ ଆବର୍ଜନା ଜମି ରହିଛି। ଏହାଦ୍ୱାରା ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ସେହି ବାଟ ଦେଇ ଯାତାୟାତ କରୁଥିବା ଡାକ୍ତର, ନର୍ସିଂ ଅଫିସର, ରୋଗୀ ସମ୍ପର୍କୀୟ ଓ ଛାତ୍ରୀଛାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସଫେଇ ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥା ଆବର୍ଜନା ହଟାଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ସହରରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ଜମି ରହୁଥିବା ଜଳ ନିଷ୍କାସନ, ବୁସ୍‌ କଟିଂ ଓ ସଫେଇ ଉପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି। ହେଲେ ଏସ୍‌ସିବିରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ମେଡିକାଲର କେତେକ ସ୍ଥାନରେ ଦୀର୍ଘଦିନ ହେବ ବର୍ଷାପାଣି ଜମି ରହିଥିବାବେଳେ ଆଉ କେତେକ ସ୍ଥାନରେ ଆବର୍ଜନା ଗଦା ହୋଇଛି। ବିଶେଷକରି ମେଡିକାଲ ପରିସରର ସମସ୍ତ ଆବର୍ଜନାକୁ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ନିକଟରେ ଗଦା କରାଯାଏ। ପରେ ସେଠାରୁ ଉଠାଇ ନିଆଯାଏ। ହେଲେ ଏବେ ତାହାକୁ ଉଠାଯାଇ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ପ୍ରତିଦିନ ମେଡିକାଲ ପରିସର ଆବର୍ଜନାମୁକ୍ତ ରଖିବା ପାଇଁ ନିର୍ଦ୍ଦେଶ ଥିବାବେଳେ ତାହାକୁ କାର୍ଯ୍ୟକାରୀ କରା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆବର୍ଜନା ଜମି ରହିବାରୁ ଡେଙ୍ଗୁ ଆଶଙ୍କା ବୃଦ୍ଧି ପାଇଛି। ଗତ ୪ ଦିନ ମଧ୍ୟରେ ଏସ୍‌ସିବି ମେଡିକାଲ ପରିସରରୁ ୪ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୁଧବାର ଜଣେ ବରିଷ୍ଠ ପ୍ରଫେସର ଡେଙ୍ଗୁରେ ଆକ୍ରାନ୍ତ ହୋଇ ଡେଙ୍ଗୁ ଓ୍ବାର୍ଡେରେ ଭର୍ତ୍ତି ହୋଇଛନ୍ତି।
ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଅରିଲୋ ଅଞ୍ଚଳର ଡଲୁ ରାଉତ କହିଛନ୍ତି, ମେଡିକାଲରୁ ଡେଙ୍ଗୁରୋଗୀ ଚିହ୍ନଟ ହେବା ମନରେ ଭୟ ସୃଷ୍ଟି କରିଛି। ମେଡିକାଲ କର୍ତ୍ତୃପକ୍ଷ ସଫେଇ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେହିପରି ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ସୁନାଧର ମଲ୍ଲିକ କହିଛନ୍ତି, ବର୍ଷା ଯୋଗୁ ମେଡିକାଲ ପରିସରରେ ପାଣି ଜମି ରହୁଛି। ଏଥିସହ ଆବର୍ଜନା ସଫା କରା ନ ଯିବାରୁ ଡେଙ୍ଗୁ ଭୟ ଲାଗିରହୁଛି। ଅପରପକ୍ଷରେ ମେଡିକାଲର ଜଣେ ଅଧିକାରୀ କହିଛନ୍ତି, ମେଡିକାଲ ପରିସର ସଫେଇ ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ୪ଟି ଶିଫ୍ଟରେ ପ୍ରାୟ ୬୦୦ କର୍ମଚାରୀ ସଫେଇ କରିଥାନ୍ତି। ମେଡିକାଲର ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ମେଡିକାଲରୁ ଆବର୍ଜନା ସଫେଇ ପାଇଁ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଠିକ୍‌ ଭାବେ ସଫେଇ କରିବା ପାଇଁ ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ...

ଭାଜପାରେ ମିଶିବେ ବିଜେଡି-କଂଗ୍ରେସର ୩୮ ବିଧାୟକ: ସାଂଘାତିକ ଖୁଲାସା କଲେ ଭାଜପା ବିଧାୟକ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାଜପାର ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଗୁରୁବାର ଭଞ୍ଜନଗରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି...

ପଦ୍ମପୁରରେ ନୂତନ ବିଡିଓ ଭାବେ ଯୋଗ ଦେଲେ ମନୋଜ କୁମାର

ପଦ୍ମପୁର,୧୭।୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବ୍ଳକର ନୂତନ ବିଡ଼ିଓ ଭାବରେ ମନୋଜ କୁମାର ଦେବତା ଯୋଗଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ଦେବତା ଜି ଉଦୟଗିରି...

ଜବରଦସ୍ତ ସ୍କୁଟର ଲଞ୍ଜ କଲା Honda,ମନ ଜିଣିବ ଆଡଭାନ୍ସ ଫିଚର୍‌

ନୂଆଦିଲ୍ଲୀ,୧୭।୪: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଭାରତୀୟ ବଜାରରେ ୨୦୨୫ Dio ଲଞ୍ଚ କରିଛି। ଅପଡେଟ୍‌ ହୋଇଥିବା ସ୍କୁଟରଟି କସମେଟିକ୍‌ ପରିବର୍ତ୍ତନ, OBD୨...

Top 5 Biodiversity Centers in Odisha: ଓଡ଼ିଶାର ଟପ୍-୫ ଜୈବ ବିବିଧ କେନ୍ଦ୍ର

ଓଡ଼ିଶା ଭାରତର ଅନ୍ୟତମ ଜୈବ ବିବିଧତା ସମୃଦ୍ଧ ରାଜ୍ୟ। ଯେଉଁଠି ବିଭିନ୍ନ ପ୍ରକାରର ବନସ୍ପତି, ପ୍ରାଣୀ, ଏବଂ ଜଳଜ ଜୀବ ଦେଖାଯାଏ। ଏହାର ଜଙ୍ଗଲ, ଜଳାଶୟ,...

ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ଲାଗି ସରକାରୀ ଜମିରୁ ଉଚ୍ଛେଦ ପାଇଁ ନୋଟିସ୍‌ ପରେ ତାତିଲେ ଲୋକେ, ଶୋଭାଯାତ୍ରା ସହ ଘେରିଲେ ତହସିଲ

ପାଟଣା,୧୭।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପ୍ରଭାବିତ ଚେମେଣା, ଯମୁନାପଶି,ମୁରୁସୁଆଁ, ରାଜନଗର ପଞ୍ଚାୟତ ଆଦି ୧୮ ଟି...

UGC NET June 2025 ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା, ଶେଷ ତାରିଖ…

ନୂଆଦିଲ୍ଲୀ,୧୭।୪: ଏନ୍‌ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬...

ଏନଏସି ବିଜେଡି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ

ଗଞ୍ଜାମ,୧୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ବିଜୁ ଜନତା ଦଳ ପକ୍ଷରୁ ସ୍ବର୍ଗତ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଗୁରୁବାର ପାଳିତ ହୋଇଛି । ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image