Categories: ଜାତୀୟ

‘ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା’

ନୂଆଦିଲ୍ଲୀ,୨୮ା୧: ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ବୋଲି ରବିବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନୀତୀଶ କୁମାରଙ୍କୁ  କଟାକ୍ଷ କରିଛନ୍ତି। ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରୋହିଣୀ ଏପରି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି।

ରୋହିଣୀ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ଅଳିଆ ପୁଣି ଅଳିଆ ଗଦାକୁ ଗଲା, ଅଳିଆଗଦାକୁ ଦୁର୍ଗନ୍ଧମୟ ଅଳିଆ ଭଲ ଲାଗେ ।

ସୂଚନାଯୋଗ୍ୟ, ନୀତୀଶ କୁମାର ଆଜି ଅପରାହ୍ନ ୫ଟାରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ବର୍ତ୍ତମାନ ଭାଜପାର ସମର୍ଥନରେ ଏକ ନୂତନ ସରକାର ଗଠନ ପାଇଁ ସେ ଦାବି କରିଛନ୍ତି। ଆସନ ବଣ୍ଟନ ଆଲୋଚନାରେ ବିଫଳ ହେବା କାରଣରୁ ନୀତୀଶ ଇଣ୍ଡିଆ ବ୍ଲକ୍‌ରେ ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ତାଙ୍କ ଇସ୍ତଫା ପରେ ନୀତୀଶ କହିଛନ୍ତି, ପୂର୍ବ ସହଯୋଗୀ ଦଳ ଛାଡ଼ି ଏକ ନୂତନ ମେଣ୍ଟ ଗଠନ କରିବ।

Share