Categories: ଜାତୀୟ

ଫ୍ରି ଫାୟାର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୪।୨: କେନ୍ଦ୍ରର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ୫୪ ମୋବାଇଲ ଆପ୍ଲିକେଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିସ କରିଛନ୍ତି। ଏହି ଆପ୍‌ ତାଲିକାରେ ରହିଛି ଗାରେନା ଫ୍ରି ଫାୟାର। କୌତୁହଳର କଥା ହେଲା, ଏହି ଗେମିଂ ଆପ୍‌ର ଡେଭଲପର ଚାଇନା ନୁହେଁ। ସିଙ୍ଗାପୁର ଭିତ୍ତିକ ଏହି ଗେମିଂ ଆପ୍‌ ଗତ ବର୍ଷ ଭାରତରେ ସର୍ବାଧିକ ଡାଉନଲୋଡ୍‌ କରାଯାଇଥିଲା।

୨୦୨୦ ସେପ୍ଟେମ୍ବରରେ ପବ୍‌ଜୀ ମୋବାଇଲ ଉପରେ ପ୍ରତିବନ୍ଧକ ଲାଗିବା ପରେ ଏହି ଆପ୍‌ ୟୁଜର ଫ୍ରି ଫାୟାର ଖେଳିବା ଆରମ୍ଭ କରିଥିଲେ। ଏହି ଆପ୍‌କୁ ଗୁଗଲ ପ୍ଲେ ଷ୍ଟୋର ଓ ଭାରତର ଆପ୍‌ ଷ୍ଟୋରରୁ ହଟାଇ ଦିଆଯାଇଛି।

Share