Categories: ବାଣିଜ୍ୟ

ସଫଳତାର ଗୁରୁମନ୍ତ୍ର ଦେଲେ ଗରିମା

ଭୁବନେଶ୍ୱର,୨୪।୭: ଦେଶର ପ୍ରମୁଖ ତଥା ପ୍ରିମିୟର ସଭିଲ ସର୍ଭିସ କୋଚିଂ ସେଣ୍ଟର ବାଜିରାଓ ଆଇଏଏସ୍‌ ଏକାଡେମୀର ଓଡ଼ିଶା ଶାଖା ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସଭିଲି ସର୍ଭିସ ପରୀକ୍ଷାରେ କିଭଳି କୃତକାର୍ଯ୍ୟ ହେବେ ଏବଂ ସଫଳତାର ମୂଳମନ୍ତ୍ର ବିଷୟରେ ଆଶାୟୀ ଛାତ୍ରୀଛାତ୍ରଙ୍କୁ ପ୍ରେରଣା ଦେବା ଲକ୍ଷ୍ୟରେ ‘ଟକ୍‌ ଟୁ ଆଇଏଏସ୍‌ ଟପ୍ପର-୨୦୨୨’ ନାମକ ଏକ ଆଲୋଚନା ଚକ୍ରର ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଲୋକ ସଭା ଆୟୋଗ (ୟୁପିଏସ୍‌ସି)-୨୦୨୨ରେ ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନ ଅଧିକାର କରିଥିବା ଗରିମା ଲୋହିଆ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶାର ସିଭିଲ ସର୍ଭିସ ଆଶାୟୀ ଛାତ୍ରୀଛାତ୍ରମାନଙ୍କୁ ସଫଳତାର ଗୁରୁମନ୍ତ୍ର ଦେବା ସହ ସଭିଲି ସର୍ଭିସ ପରୀକ୍ଷା ପ୍ରସ୍ତୁତିର ବିଭିନ୍ନ କୌଶଳ ଓ ମାନଦଣ୍ଡ ସମ୍ପର୍କରେ ସେ ବିସ୍ତୃତ ଭାବେ ଆଲୋକପାତ କରାଇଥିଲେ।

ଏହି ପରିପ୍ରେକ୍ଷୀରେ ଗରିମାଙ୍କୁ ବାଜିରାଓ ଆଇଏଏସ୍‌ ଏକାଡେମୀର ପ୍ରତିଷ୍ଠାତା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସମ୍ବର୍ଦ୍ଧିତ କରି ସେ କହିଥିଲେ, ସଫଳତା ପାଇଁ ପାଠପୁସ୍ତକର ଭୂମିକା ଓ ପରିଶ୍ରମ ସହ ଉପଯୁକ୍ତ ମାର୍ଗଦର୍ଶନ, ଅନୁଭବୀ ପରାମର୍ଶଦାତା ଓ ପ୍ରଯୁଜ୍ୟ ଷ୍ଟଡି ମ୍ୟାଟେରିଆଲ ଏବଂ ଲୋକାଭିମୁଖୀ ଦୃଷ୍ଟିକୋଣ ସଫଳତାର ଦ୍ୱାର ଉନ୍ମୁକ୍ତ କରିଥାଏ। ବାଜିରାଓ ଆଇଏଏସ ଏକାଡେମୀ ଓଡ଼ିଶାମାଟିରୁ ଆଗାମୀ ଦିନରେ ଅଧିକରୁ ଅଧିକ ସିଭିଲ ସର୍ଭାଣ୍ଟ ସୃଷ୍ଟି କରିବା ନିମନ୍ତେ ପ୍ରୟାସ ଜାରି ରଖିବ। ଅନ୍ୟମାନଙ୍କ ମଧ୍ୟରେ ବାଜିରାଓ ଆଇଏଏସ ଏକାଡେମୀର ସିଇଓ ଶୁଭ୍ରାଂଶୁ ଶେଖର ଓଝା, ନିର୍ଦ୍ଦେଶିକା ଜ୍ୟୋତିକୁମାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉକ୍ତ ଆଲୋଚନାଚକ୍ରରେ ଶତାଧିକ ଆଶାୟୀ ଛାତ୍ରୀଛାତ୍ର ଗରିମାଙ୍କ ସହ ଭାବବିନିମୟ ସହ ସଫଳତାର ଗୁରୁମନ୍ତ୍ର ବିଷୟରେ ଆଲୋଚନା କରିଥିଲେ।

Share