୯୩ତମ ଜୟନ୍ତୀ ଅବସରରେ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ଭୁବନେଶ୍ୱର,୯।୬: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୩ତମ ଜୟନ୍ତୀ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟକୁ ପ୍ରଗତିଶୀଳ କରାଇବା ସହ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅବଦାନ ଚିରସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନିଜର ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ନବୀନ କହିଛନ୍ତି, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସାହିତି୍ୟକା ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ରାଜ୍ୟକୁ ପ୍ରଗତିଶୀଳ କରିବା ସହ ଲୋକଙ୍କ ସୁବିଧା ତଥା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅବଦାନ ଚିରସ୍ମରଣୀୟ।

ତେବେ ନନ୍ଦିନୀଙ୍କ ଜୟନ୍ତୀ ଅବସରରେ ଧରିତ୍ରୀ ପରିବାର ପକ୍ଷରୁ ମଧ୍ୟ ପୂତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ରାଜଭବନ ନିକଟସ୍ଥ ନନ୍ଦିନୀ ଶତପଥୀ ଛକରେ ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀଙ୍କ ସମେତ ଧରିତ୍ରୀରେ କାର୍ଯ୍ୟରତ କର୍ମଚାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତେ ନନ୍ଦିନୀଙ୍କ ସ୍ମୃତିଚାରଣ କରିଥିଲେ।

Share