ରସୁଣ ଚଟଣି

ଆବଶ୍ୟକ ସାମଗ୍ରୀ:
କଞ୍ଚାଲଙ୍କା- ୫ଟି, ଲାଲ୍‌ କ୍ୟାପ୍ସିକମ୍‌- ୫ଟି, ରସୁଣ- ୨୦ରୁ ୨୫ କୋଲା, ବାଦାମ ତେଲ କିମ୍ବା ଘିଅ- ୪ ବଡ଼ ଚାମଚ, ଲେମ୍ବୁରସ- ଅଧା ଚାମଚ, ଆବଶ୍ୟକ ଅନୁସାରେ ଲୁଣ ଓ ପାଣି।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ଷ୍ଟିଲ୍‌ ପାତ୍ରରେ କ୍ୟାପ୍ସିକମ୍‌ ଓ କଞ୍ଚାଲଙ୍କାକୁ ୧ କପ୍‌ ପାଣି ଦେଇ ଅଳ୍ପ ଆଞ୍ଚରେ ଅଳ୍ପ ସମୟ ଫୁଟାନ୍ତୁ। ୨/୪ ଥର ଫୁଟି ଆସିବା ପରେ ଗ୍ୟାସ୍‌ ବନ୍ଦକରି ପାଣି ଥଣ୍ଡାହେବା ପାଇଁ ରଖି ଦିଅନ୍ତୁ। ଥଣ୍ଡାହେବା ପରେ ପାଣିରୁ ବାହାରକରି ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ରସୁଣକୁ ଛେଚି ରଖନ୍ତୁ। କଡ଼େଇରେ ତେଲ ଗରମ କରି ସେଥିରେ ରସୁଣକୁ ମାତ୍ର ୩୦ ସେକେଣ୍ଡ ପାଇଁ ପକାନ୍ତୁ। ଏହାପରେ ସେଥିରେ କଞ୍ଚାଲଙ୍କାର ପେଷ୍ଟ ମିଶାଇ ୫ ମିନିଟ୍‌ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏହାପରେ ଗ୍ୟାସ୍‌ ବନ୍ଦକରି ସେଥିରେ ଲୁଣ ଓ ଲେମ୍ବୁରସ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ରସୁଣ ଚଟଣି। ଏହାକୁ ଥଣ୍ଡାକରି କାଚ ବୋତଲରେ ରଖି ଫ୍ରିଜ୍‌ରେ ରଖି ଖାଆନ୍ତୁ।