Posted inଖେଳ

୬ଟି ଆଙ୍ଗୁଠି ଥିବା ଏହି ଖେଳାଳି ମାରିଥିଲେ ୬ଟି ବଲ୍‌ରୁ ୬ଟି ଛକା

ଓ୍ବେଷ୍ଟଇଣ୍ଡିଜର ପ୍ରସିଦ୍ଧ ଖେଳାଳି ଗ୍ୟାରି ସୋବର୍ସଙ୍କ ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମରୁ ଏହି ମହାନ କ୍ରିକେଟରଙ୍କ ଦୁଇ ହାତରେ ୧୨ ଟି ଆଙ୍ଗୁଠି ଥିଲା ଅର୍ଥାତ ଗୋଟିଏ ହାତରେ ୬ଟି ଆଙ୍ଗୁଠି ଥିଲା। ୱିସଡେନର ଶତାବ୍ଦୀର ପାଞ୍ଚଜଣ ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ସାର୍‌ ଗ୍ୟାରି ଥିରେ ଅନ୍ୟତମ। ସେ ଜୁଲାଇ ୨୮, ୧୯୩୬ରେ ବାରବାଡୋସରେ ଜନ୍ମଗ୍ରହଣ କରିଥିଲେ। ‘ଗ୍ୟାରି ସୋବର୍ସ: ମୋ ଆତ୍ମଜୀବନୀ’ ରେ ସେ ନିଜ ୧୨ଟି ଆଙ୍ଗୁଠି ବିଷୟରେ ଉଲ୍ଲେଖ କରିଛନ୍ତି। ସୋବର୍ସ ଲେଖିଛନ୍ତି, ‘ଅନ୍ୟ ପିଲାମାନେ କହିବେ ଯେ ମୁଁ କ୍ରିକେଟରେ ବହୁତ ଭଲ, କାରଣ ମୋ ହାତରେ ୬ଟି ଆଙ୍ଗୁଠି ଥିଲା। ପ୍ରକୃତରେ ଯେତେବେଳେ ମୁଁ ପ୍ରାୟ ୯ କିମ୍ବା ୧୦ ବର୍ଷ ବୟସର ଥିଲେ ଗୋଟିଏ ହାତର ଅତିରିକ୍ତ ଆଙ୍ଗୁଠି ଖସିଗଲା। ମୁଁ ପ୍ରଥମ ଥର ପାଇଁ ୧୧ଟି ଆଙ୍ଗୁଠି ସାହାଯ୍ୟରେ କ୍ରିକେଟ ଖେଳିଥିଲି। ଏହା ପରେ ୧୪ କିମ୍ବା ୧୫ ବର୍ଷ ବୟସରେ ମୁଁ ମୋର ଆଉ ଗୋଟିଏ ହାତ ଆଙ୍ଗୁଠି କାଢିଦେଲି। ୧୯୫୮ ମସିହାରେ ମାତ୍ର ୨୧ ବର୍ଷ ବୟସରେ ପ୍ରଥମ ଶତକକୁ ତ୍ରିଶତକରେ ପରିଣତ କରିଥିଲେ। ତା’ପରେ ସେ କିଙ୍ଗଷ୍ଟୋନରେ ପାକିସ୍ତାନ ବିପକ୍ଷରେ ଅପରାଜିତ ୩୬୫ ସ୍କୋର କରିଥିଲେ, ଯାହାକି ବିଶ୍ୱ ରେକର୍ଡ ଥିଲା। ୧୯୬୮ରେ ସୋବର୍ସ ନଟିଂହାମଶାୟା ପକ୍ଷରୁ କାଉଣ୍ଟି ଖେଳୁଥିବା ବେଳେ ଗ୍ଲାମରଗାନର ମାଲକମ ନାଶଙ୍କ ଓଭରର ସମସ୍ତ ୬ଟି ବଲରେ ୬ଟି ଛକା ମାରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ପ୍ରଥମ ଥିଲା। ୧୯୮୫ରେ, ରବି ଶାସ୍ତ୍ରୀ ବାରୋଡାର ତିଲକ ରାଜଙ୍କ ବଲ୍‌ରୁ ୬ ଛକା ମାରି ଏହି ରେକର୍ଡକୁ ସମାନ କରିଥିଲେ।
୧୯୭୪ରେ କ୍ରିକେଟରୁ ଅବସର ନେଇଥିଲେ। ୯୩ ଟେଷ୍ଟ ମ୍ୟାଚରେ ସେ ୫୭.୭୮ ହାରରେ ୮୦୩୨ ରନ ସଂଗ୍ରହ କରିବା ସହିତ ୨୩୫ଟି ଉଇକେଟ ନେଇଥିଲେ। ତାଙ୍କ ନାମରେ ୨୬ଟି ଶତକ ଏବଂ ୩୦ଟି ଅର୍ଦ୍ଧ ଶତକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାପା ହେଲେ କେ.ଏଲ୍‌ ରାହୁଲ: ପ୍ରଥମ ସନ୍ତାନ ଜନ୍ମ ଦେଲେ ଆଥିୟା

ନୂଆଦିଲ୍ଲୀ,୨୪।୩: ଭାରତୀୟ କ୍ରିକେଟର କେଏଲ ରାହୁଲ ପିତା ହେବାର ସୌଭାଗ୍ୟଲାଭ କରିଛନ୍ତି। ତାଙ୍କ ପତ୍ନୀ ଆଥିୟା ସେଟ୍ଟୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହୁଲ...

୨୦୨୬ ଫିଫା ବିଶ୍ୱକପ୍‌ ଖେଳିବ ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୪ା୩: ନ୍ୟୁଜିଲାଣ୍ଡ ୨୦୨୬ ଫିଫା ବିଶ୍ୱକପ୍‌ ଖେଳିବ। ସୋମବାର ଓସେନିଆ କନ୍‌ଫେଡେରେଶନ କ୍ୱାଲିଫାଇଂ ସିରିଜ ଫାଇନାଲରେ ନ୍ୟୁ କାଲେଡୋନିଆକୁ ୩-୦ ଗୋଲ୍‌ରେ ପରାସ୍ତ କରିବା ପରେ...

ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ ଏସିଆ ବ୍ୟୁରୋ ସଦସ୍ୟ ଭାବେ ସଞ୍ଜୟ ସିଂ ନିର୍ବାଚିତ

ଅମ୍ମାନ(ଜର୍ଡାନ),୨୪ା୩: ଡବ୍ଲ୍ୟୁଏଫ୍‌ଆଇ ସଭାପତି ସଞ୍ଜୟ କୁମାର ସିଂ ସୋମବାର ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)-ଏସିଆର ବ୍ୟୁରୋ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏ ନେଇ ଭାରତୀୟ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ୍ସ ଓ୍ବାଇଫଙ୍କ ବିକିନି ଅବତାର ଖୁବ ଚର୍ଚ୍ଚାରେ, ଫ୍ୟାନ୍ସ କହିଲେ…

ନୂଆଦିଲ୍ଲୀ,୨୪।୩: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ IPL ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି। ତଥାପି, ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ କ୍ରିକେଟ ପାଇଁ ଯେତିକି ଚର୍ଚ୍ଚାରେ ଅଛନ୍ତି,...

କେବେ ଫେରିବେ ବୁମରା? ଜବାବ ଦେଲେ କୋଚ

ନୂଆଦିଲ୍ଲୀ,୨୪।୩: ସିଜିନର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରିତ ବୁମରାଙ୍କ ବିନା ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ...

ଋତୁରାଜ ତ ନାମକୁ ମାତ୍ର କ୍ୟାପଟେନ, ସବୁ ନିଷ୍ପତ୍ତି ନେଉଛନ୍ତି ଧୋନି, ଏହି ଅଭିଯୋଗକୁ ନେଇ ଧୋନି କହିଲେ…

ନୂଆଦିଲ୍ଲୀ,୨୪।୩: ଋତୁରାଜ ଗାୟକୱାଡ କେବଳ ନାମକୁ ମାତ୍ର ଅଧିନାୟକ, ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ତ ନିଷ୍ପତ୍ତି ମହେନ୍ଦ୍ର ସିଂହ ଧୋନି ନିଅନ୍ତି। ଏମିତି ଏକ ଅଭିଯୋଗକୁ...

କିଏ ସେହି ବିଗ୍ନେଶ ପୁଥୁର,ଯିଏ ଗୋଟିଏ ବି ଘରୋଇ ମ୍ୟାଚ୍‌ ନ ଖେଳି ଆଇପିଏଲ୍‌ରେ ଦେଖାଇଲେ ଜଲଓ୍ବା

ଚେନ୍ନାଇ,୨୪।୩: ରୋହିତ ଶର୍ମାଙ୍କ ସ୍ଥାନରେ ଦ୍ୱିତୀୟ ଇନିଂସରେ ଇମ୍ପାକ୍ଟ ପ୍ଲେୟାର ଭାବରେ ଆସିଥିବା ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ବିଗ୍ନେଶ ପୁଥୁରଙ୍କୁ ଆଇପିଏଲରେ ଡେବ୍ୟୁ କରିବାର ସୁଯୋଗ...

ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଭାଷାରେ କମେଣ୍ଟ୍ରି ଶୁଣିବାକୁ ପସନ୍ଦ କରନ୍ତି ଧୋନୀ

ଚେନ୍ନାଇ,୨୪।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଆଞ୍ଚଳିକ ଭାଷାର ଭାଷ୍ୟକାର ପଦକ୍ଷେପକୁ ଭାରତର କିମ୍ବଦନ୍ତୀ କ୍ରିକେଟର ଏମଏସ ଧୋନୀ ପ୍ରଶଂସା କରିଛନ୍ତି। ସେ ଭୋଜପୁରୀ କମେଣ୍ଟ୍ରିକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image