ଗ୍ୟାସ୍‌ ଏଜେନ୍ସି ଲୁଟୁଛନ୍ତି ପରିବହନ ଖର୍ଚ୍ଚ

ନୟାଗଡ଼,୧୫।୯(ଲୋକନାଥ ମିଶ୍ର): ଘରେ ରନ୍ଧନ ଗ୍ୟାସ ସିଲିଣ୍ଡର ପହଞ୍ଚାଇବା ପାଇଁ ଗ୍ୟାସ୍‌ ଏଜେନ୍ସି ଖାଉଟିଙ୍କୁ ଲୁଟୁଥିଲେ ମଧ୍ୟ ଜିଲା ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ ନାହିଁ। ଏହାକୁ ନେଇ ଯୋଗାଣ ବିଭାଗ ସନ୍ଦେହ ଘେରରେ ରହିଛି। ଘରେ ଗ୍ୟାସ୍‌ ସିଲିଣ୍ଡର ପହଞ୍ଚିବା ପାଇଁ ସରକାର ପରିବହନ ଖର୍ଚ୍ଚ ଦେଉଥିଲେ ମଧ୍ୟ ଗ୍ୟାସ୍‌ ଏଜେନ୍ସି ଚତୁରତାର ସହ ନିଜ କର୍ମଚାରୀଙ୍କ ଦ୍ୱାରା ଖାଉଟିଙ୍କଠାରୁ ସିଲିଣ୍ଡର ପିଛା ୨୦ରୁ ୫୦ ଟଙ୍କା ଆଦାୟ କରୁଛନ୍ତି। ଖାଉଟିଙ୍କଠାରୁ ପରିବହନ ଖର୍ଚ୍ଚ ନେବା ନୟାଗଡ଼ ସହର ସମେତ ନୟାଗଡ଼ ଜିଲାରେ ଅଲିଖିତ ନିୟମ ହୋଇଯାଇଛି । ଯେଉଁ ଖାଉଟି ଟଙ୍କା ଦେଉନାହାନ୍ତି ତାଙ୍କ ଘରକୁ ଗ୍ୟାସ୍‌ ସିଲିଣ୍ଡର ମନଇଚ୍ଛା ଆସୁଛି । ଏପରି କି ବ୍ୟବହାର ଖରାପ କରାଯିବା ସହ ଗୋଦାମରୁ ସିଲିଣ୍ଡର ଆଣିବାକୁ ପରାମର୍ଶ ମିଳୁଛି ବୋଲି ଅଭିଯୋଗ ହୋଇଛି।
ଏନେଇ ସୁନାଖଳାର ପ୍ରଦୀପ ରଥ କୁହନ୍ତି, ଗ୍ୟାସ୍‌ ସିଲିଣ୍ଡର ପରିବହନ ଖର୍ଚ୍ଚ ବାବଦକୁ ସରକାର ସିଲିଣ୍ଡର ପିଛା ୧୯.୫୦ ଟଙ୍କା ଯୋଗାଉଛନ୍ତି । ହେଲେ ସରକାର ପରିବହନ ଖର୍ଚ୍ଚ କିଛି ଦେଉନାହାନ୍ତି କହି ଗ୍ୟାସ୍‌ ଏଜେନ୍ସି ଖାଉଟିଙ୍କଠାରୁ ୨୦ରୁ ୫୦ ଟଙ୍କା ବାଧ୍ୟ କରି ଆଦାୟ କରୁଛନ୍ତି। ଟଙ୍କା ନ ଦେଲେ ବାରମ୍ବାର ହଇରାଣ କରାଯାଉଛି। ଏପରି କି ଗ୍ୟାସ ସିଲିଣ୍ଡର ଦେଉନାହାନ୍ତି । ସରକାର ଓ ଜିଲା ଯୋଗାଣ ବିଭାଗ ଗ୍ୟାସ୍‌ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଖାଉଟି ଅଯଥାରେ ଟଙ୍କା ଗଣନ୍ତେ ନାହିଁ । ନୟାଗଡ଼ର ସଦାଶିବ ସାହୁ କୁହନ୍ତି, ସରକାର ଘରେ ଗ୍ୟାସ୍‌ ସିଲିଣ୍ଡର ପହଞ୍ଚାଇବା ପାଇଁ ସମସ୍ତ ଟଙ୍କା ହିସାବ କରି ଏକାଥରେ ନେଇ ଯାଉଛନ୍ତି । ସିଲିଣ୍ଡର ପିଛା ଯେଉଁ ୧୯ଟଙ୍କା ୫୦ ପଇସା ଗ୍ୟାସ ଏଜେନ୍ସି ଦେବା କଥା ତାହା ଆମ ଟଙ୍କା । ଆମେ ଗୋଦାମରୁ ଗ୍ୟାସ୍‌ ସିଲିଣ୍ଡର ଆଣିଲେ ଗ୍ୟାସ ଏଜେନ୍ସି ପରିବହନ ଖର୍ଚ୍ଚ ଆମକୁ ଦେବା କଥା । ହେଲେ ସେ ଆମକୁ ନାଲି ଆଖି ଦେଖାଇ ମନ ପାଇଲେ ସିଲିଣ୍ଡର ନିଅ ନ ହେଲେ ଯାହା କରୁଛ କର ବୋଲି କହୁଛନ୍ତି । ଏଣୁ ଖାଉଟି ବାଧ୍ୟବାଧକତାରେ ଚୁପ୍‌ ରହି ସିଲିଣ୍ଡର ଆଣୁଛନ୍ତି। ଖଣ୍ଡପଡ଼ାର ମନୋଜ ସ୍ବାଇଁ କୁହନ୍ତି, ମୋ ବାବୁ କୁହନ୍ତି, ଆମେ ଚାକିରିଆ ଲୋକ । ଗୋଦାମକୁ ଯାଇ ଲାଇନ କରି ସିଲିଣ୍ଡର ଆଣିବାକୁ ଆମ ପାଖରେ ସମୟ ନାହିଁ । ଆମ ଘରକୁ ଗ୍ୟାସ ଏଜେନ୍ସି ସିଲିଣ୍ଡର ପଠାଉଥିବାରୁ ଧନ୍ୟବାଦ। ପରିବହନ ଖର୍ଚ୍ଚ ନ ଦେଉ । ଆମଠାରୁ ୩୦ରୁ ୪୦ ଟଙ୍କା ନେଲେ ଆମେ ପ୍ରତିବାଦ କରିପାରିବୁନି । କାରଣ ଆମେ ଭଲ ସେବା ପାଉଛୁ । ମୋ ବାବୁଙ୍କ ପରି କେତେଜଣ ଲୋକଙ୍କ ଯୋଗୁ ଆମେ ଗରିବ ଲୋକ ଟଙ୍କା ଗଣିବାକୁ ପଡୁଛି । ଭାପୁରର ସଦାଶିବ ଦାସ କୁହନ୍ତି, ନୟାଗଡ଼ ଜିଲାରେ ସବୁ ଖାଉଟି ଠକାମିର ଶିକାର ହେଉଛନ୍ତି। ଗୋଦାମରୁ ଗ୍ୟାସ୍‌ ସିଲିଣ୍ଡର ଆଣିଲେ ପରିବହନ ଖର୍ଚ୍ଚ ୧୩ ଟଙ୍କା ୫୦ ପଇସା ମିଳୁନି । ପୁଣି ଘରେ ଏଜେନ୍ସି ମାଗଣାରେ ଗ୍ୟାସ୍‌ ସିଲିଣ୍ଡର ପରିବହନ କରୁନି। ପରିବହନ ଖର୍ଚ୍ଚ ବାବଦକୁ ଏଜେନ୍ସି କର୍ମଚାରୀ ଦୂରତା ଅନୁସାରେ ୨୦ରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ଏହାକୁ ବନ୍ଦ କରିବାକୁ ହେଲେ ଖାଉଟିମାନେ ପ୍ରତିବାଦ କରିବା ଦରକାର । ଓଡ଼ଗାଁର ପବିତ୍ର ପ୍ରଧାନ କୁହନ୍ତି, ଏବେ ବୁକିଂର ୨୪ ଘଣ୍ଟା ଭିତରେ ଗ୍ୟାସ ସିଲିଣ୍ଡର ମିଳି ଯାଉଛି । ତେବେ ପରିବହନ ଖର୍ଚ୍ଚ ଦେବାକୁ ମନା କଲେ ୭ରୁ ୧୫ ଦିନ ଭିତରେ ଗ୍ୟାସ ସିଲିଣ୍ଡର ଆସିପାରେ । ଅଧିକାଂଶ ସମୟରେ ବାହାନା ଦେଖାଇ ଗୋଦାମରୁ ନେବାକୁ ପରାମର୍ଶ ମିଳୁଛି। ଏଣୁ ଝମେଲାରୁ ରକ୍ଷା ପାଇଁ ଖାଉଟି ପରିବହନ ଖର୍ଚ୍ଚ ଦେଇ ଚୁପ୍‌ ରହୁଛନ୍ତି । ସରକାର ଏ ଦିଗରେ ସଚେତନତା ସୃଷ୍ଟି କରୁନାହାନ୍ତି । ଦଶପଲ୍ଲାର ନାରାୟଣ ସାହୁ କୁହନ୍ତି, ଗ୍ୟାସ ଏଜେନ୍ସି ଓ ଏହାର କର୍ମଚାରୀ ଖାଉଟିଙ୍କୁ ନାଲି ଆଖି ଦେଖାଇ ଓ ବେଳେ ବେଳେ କଅଁଳିଆ କଥା କହି ପରିବହନ ଖର୍ଚ୍ଚ ନେଉଛନ୍ତି । ଜିଲା ଯୋଗାଣ ବିଭାଗ, ଜିଲା ଓ ବ୍ଳକ ପ୍ରଶାସନ, ସରକାର, ରାଜନେତା ଏ ଦିଗରେ ପଦକ୍ଷେପ ନେଉ ନ ଥିବାରୁ ଖାଉଟି ଠକାମିର ଶିକାର ହୋଇ ଚାଲିଛନ୍ତି । ଏନେଇ ସଚେତନତା ଦରକାର । ପ୍ରଶାସନର ଚଢ଼ାଉ ଦରକାର । ଏପରି କରା ନ ଗଲେ ଗ୍ୟାସ ଏଜେନ୍ସି ବାରମ୍ବାର ଖାଉଟିଙ୍କୁ ଲୁଟି ଚାଲିଥିବେ । ଏହାର ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି । ନୟାଗଡ଼ ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ କୁହନ୍ତି, ପରିବହନ ଖର୍ଚ୍ଚ ପାଉଥିବାରୁ ଗ୍ୟାସ ଏଜେନ୍ସି ଘରେ ଗ୍ୟାସ ସିଲିଣ୍ଡର ମାଗଣରେ ପହଞ୍ଚାଇବା ନିହାତି ଦରକାର । ଯେହେତୁ ପରିବହନ ଖର୍ଚ୍ଚରେ ଅନିୟମିତତା ଚାଲିଛି ଏ ଦିଗରେ ଚଢ଼ାଉ କରାଯାଇ ଆଇନଗତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣକୁ ନେଇ ଭବିଷ୍ୟବାଣୀ କରିଦେଇଥିଲେ ବାବା ଭେଙ୍ଗା, ଏବେ ଭାରତ-ପାକିସ୍ତାନ ଯୁଦ୍ଧ ଉପରେ କହିଲେ ବଡ଼କଥା

Baba Vanga Prediction ପହଲଗାମ ଆକ୍ରମଣ ପରେ ଦେଶ ଏବଂ ବିଶ୍ୱରେ ଆତଙ୍କର ବାତାବରଣ ରହିଛି। ଘାଟିରେ ପାକିସ୍ତାନୀ ଆତଙ୍କବାଦୀମାନେ ଯେଉଁ ମୃତ୍ୟୁର ତାଣ୍ଡବ କରିଛନ୍ତି...

ଗୁଳି ଫୁଟୁ କି ବୋମା ପଡୁ ଭୟ ନାହିଁ, ବଡ଼ ଆକ୍ରମଣକୁ ରୋକିବ ଏହି ମୁଖ୍ୟମନ୍ତ୍ରୀଙ୍କ ବୁଲେଟ୍‌ପ୍ରୁଫ୍‌ ଗାଡ଼ି

ପାଟ୍‌ନା,୨୭ା୪: ଦେଶରେ ଯେଉଁଭଳି ଭାବରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟିଚାଲିଛି ଏଥିରୁ ରକ୍ଷା ପାଇବା ପାଇଁ ନେତାମନ୍ତ୍ରୀମାନେ ନିଜର ସୁରକ୍ଷା ଚିନ୍ତା କରୁଛନ୍ତି। ଖାସ୍‌ କରି ଏନେଇ...

UPSC ପରୀକ୍ଷାରେ କେନ୍ଦୁଝରର ପୁଅ ଅନୁପଙ୍କ ସଫଳ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ ୨୦୨୪ ବର୍ଷର ୟୁପିଏସସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ କେନ୍ଦୁଝର ମାଟିର ପୁଅ ଅନୁପ ନାୟକ ସଫଳ...

ବିଶ୍ୱ ଏକତା, ବିଶ୍ୱାସର ବିକାଶ ପାଇଁ ରାଜଯୋଗ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପ୍ରଜାପତି ବ୍ରହ୍ମକୁମାରୀ ପକ୍ଷରୁ ରବିବାର ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ କି? ଏଭଳି ଉପାୟରେ ମେଥି ସେବନ କରି…

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ...

ଶରୀରର ଏହି ୫ ସ୍ଥାନରେ କଳାଜାଇ ଅଛି କି? ଜାଣନ୍ତୁ କ’ଣ ତାର ଅର୍ଥ, କିଭଳି ହେବ ଭବିଷ୍ୟତ

ଜ୍ୟୋତିଷଶାସ୍ତ୍ରରେ ଶରୀରରେ ଥିବା କଳାଜାଇର ବିଶେଷ ମହତ୍ୱ ରହିଛି। ଏହାକୁ ଦେଖି କୌଣସି ମନୁଷ୍ୟର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନୁମାନ କରାଯାଇପାରେ। ଶରୀରରେ ଥିବା...

ଭୁବନେଶ୍ୱର ଛାଡ଼ିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ୍‌

ଭୁବନେଶ୍ୱର,୨୭ା୪: ଭୁବନେଶ୍ବର ଛାଡ଼ିଛନ୍ତି ପାକିସ୍ତାନୀ ନାଗରିକ ନଗମା ୟୁସୁଫ୍‌।  ୨୦୦୮ରେ ଜଣେ ବ୍ୟବସାୟୀଙ୍କୁ ବିବାହ କରି ଭୁବନେଶ୍ୱର ଭୁବନେଶ୍ୱର ବିଜେବି ନଗର ଅଞ୍ଚଳରେରହି ଆସୁଥିଲେ। ବିବାହ...

ଥମୁନି ଦାଦନ ମୃତ୍ୟୁ: ପୁଣି କେରଳରୁ ଫେରିଲା ଜଣେ ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୨୭ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image