Categories: ରାଜ୍ୟ

ଗ୍ୟାସ ସିଲିଣ୍ଡର ଫାଟି ୪ ଅଗ୍ନିଶମ କର୍ମଚାରୀ ଆହତ

ସମ୍ବଲପୁର,୧।୩(ବ୍ୟୁରୋ): ଗ୍ୟାସ ସିଲିଣ୍ଡର ଫାଟି ୪ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ଏଭଳି ଘଟଣା
ସମ୍ବଲପୁର ଜିଲା ଚାଉଁରପୁର ଅଞ୍ଚଳରେ ଘଟିଛି। ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦୋକାନରେ ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀ ଆସିଥିଲେ। ନିଆଁ ଲିଭାଇବାକୁ ଉଦ୍ୟମ କରୁଥବା ବେଳେ ଭିତରେ ଥିବା ଏକ ଗ୍ୟାସ ଟାଙ୍କି ହଠାତ୍‌ ଫାଟି ଯାଇଥିଲା। ଫଳରେ ୪ ଅଗ୍ନିଶମ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।ସମସ୍ତଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

Share