ଗ୍ୟାସ ସିଲିଣ୍ଡର ଫାଟି ୭ ମୃତ, ୧୪ ଗୁରୁତର

ଇସଲାମାବାଦ,୮ା୭: ପାକିସ୍ତାନର ପଞ୍ଜାବ ପ୍ରଦେଶର ସରଗୋଧା ଜିଲାରେ ଶନିବାର ଏକ ଯାତ୍ରୀବାହୀ ଭ୍ୟାନ୍‌ରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଫଳରେ ଅତି କମ୍‌ରେ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ଗୁରୁତରମାନଙ୍କୁ ଭଲଓ୍ବାଲ ତହସିଲ ମୁଖ୍ୟାଳୟ (ଟିଏଚ୍‌କ୍ୟୁ) ଡାକ୍ତରଖାନାକୁ ନିଆଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣଙ୍କ ମଧ୍ୟରେ ଦୁଇ ଶିଶୁ ଅଛନ୍ତି।

Share