ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ

ସୋରଡ଼ା,୧୩।୨(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡା ବ୍ଲକ ହୁକୁମା ପଞ୍ଚାୟତ ବି କୋଟିବାଡି ଗ୍ରାମରେ ସୋମବାର ଏକ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିଛି। ହେଲେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଗ୍ରାମର ପ୍ରଭାକର ସାବତଙ୍କ ଘରେ ରୋଷେଇ ଚାଲିଥିବା ବେଳେ ହଟାତ୍‌ ୫ କେଜି ଓଜର ବିଶିଷ୍ଟ ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା।
ପରିବାର ଲୋକଙ୍କ ପାଟି ଶୁଣି ପଡୋଶୀ ଯୁବକ ଜଣକ ପହଞ୍ଚି ଅଖା ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ଲିଭି ନ ଥିଲା। ସେ ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇ ଗ୍ୟାସ ସିଲିଣ୍ଡରକୁ ବାରିପଟେ ଆଣି ଫିଙ୍ଗି ଦେଇଥିଲେ। ସେତିକିବେଳେ ସିଲିଣ୍ଡର ବିସ୍ଫୋରଣ ଘଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏପରି କି ସିଲିଣ୍ଡର ଖଣ୍ଡ ବିଖଣ୍ଡିତ ହୋଇ ୩୦୦ ମିଟର ଦୂରକୁ ଯାଇ ପଡିଥିଲା।

Share