ଗ୍ୟାସ ବିସ୍ଫୋରଣ: ଜଣେ ମୃତ ୧୨ ଆହତ

ବେଜିଂ,୨୦ା୭: ଚାଇନା ବନ୍ଦର ସହର ତିଆଞ୍ଜିନସ୍ଥିତ ଏକ ୬ ମହଲା ବିଶିଷ୍ଟ ଆବାସିକ କୋଠାରେ ଗ୍ୟାସ୍‌ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ୩ ଜଣଙ୍କର କୌଣସି ପତ୍ତା ମିଳୁନାହିଁ। ବୁଧବାର ରାଜ୍ୟ ଗଣମାଧ୍ୟମ ଏହି ସୂଚନା ଦେଇଛି। ଘଟଣାର ଅନୁସନ୍ଧାନ କରାଯାଉଛି। ବିଲଡିଂ ଦୁର୍ବଳ ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

୬ ମହଲା କୋଠା ମଧ୍ୟରୁ ୩ଟି ମହଲା ଧରାଶାୟୀ ହୋଇଛି। କୋଠା ଭୁଶୁଡ଼ିବା ପରେ ଆଜି ସକାଳେ ଏହି ବିସ୍ଫୋରଣ ଘଟିଛି।

Share