Advertisement

ଭାଇଜାଗ୍‌ ଫାର୍ମରେ ଗ୍ୟାସ୍‌ ଲିକ୍‌: ୨ ମୃତ

ବିଶାଖାପାଟଣା,୧।୭(ଆଇଏଏନ୍‌ଏସ୍‌): ବିଶାଖାପାଟଣାସ୍ଥିତ ଏକ ଫାର୍ମାସ୍ୟୁଟିକାଲ ୟୁନିଟ୍‌ରେ ଗ୍ୟାସ୍‌ ଲିକ୍‌ହୋଇ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଗୁରୁତର ହୋଇପଡ଼ିଛନ୍ତି। ପର୍‌ଓ୍ବାଡ଼ାର ଜବାହରଲାଲ୍‌ ନେହେରୁ ଫାର୍ମା କମ୍ପାନୀର ସାଇନର ଲାଇଫ୍‌ ସାଇନ୍‌ସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ସୋମବାର ରାତ ୧୧.୩୦ରେ ଘଟିଥିଲା। ମଙ୍ଗଳବାର ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଗୋଟିଏ ରିଆକ୍ଟରରୁ ଆଉ ଏକ ରିଆକ୍ଟରକୁ ହାଇଡ୍ରୋଜେନ୍‌ ସଲ୍‌ଫାଏଡ୍‌ ପଠାଯାଉଥିବା ବେଳେ ଏହା ଲିକ୍‌ ହେବାରୁ ଦୁର୍ଘଟଣା ହୋଇଥିବା ରେଭେନ୍ୟୁ ଡିଭିଜନାଲ ଅଫିସର ପି. କିଶୋର ପ୍ରକାଶ କରିଛନ୍ତି। ମୃତକମାନେ ହେଲେ ଶିଫ୍ଟ ଇନ୍‌ଚାର୍ଜ ଆର୍‌. ନରେନ୍ଦ୍ର ଓ ଏମ୍‌. ଗୌରୀଶଙ୍କର। ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛି। ଜିଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କାରଖାନା ବନ୍ଦ କରାଯାଇଥିବା ପ୍ରକାଶ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share