Categories: ଜାତୀୟ

ଲାବ୍‌ରୁ ଗ୍ୟାସ୍‌ ଲିକ୍‌: ୨୦୦ ମହିଳା ଅସୁସ୍ଥ

ବିଶାଖାପାଟଣା,୪।୬ : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏକ ରାସାୟନିକ ଲାବରେଟୋରିରୁ ଶୁକ୍ରବାର ଆମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ନିକଟସ୍ଥ ଏକ ପୋଷାକ କାରଖାନାରେ କାମ କରୁଥିବା ୨୦୦ରୁ ଊର୍ଦ୍ଧ୍ୱ ମହିଳା ଅସୁସ୍ଥ ହୋଇପଡ଼ିଛନ୍ତି। ଅଚ୍ୟୁତପୁରମ୍‌ରେ ଥିବା ପୋରସ୍‌ ଲାବରେଟୋରିରୁ ଗ୍ୟାସ୍‌ ଲିକ୍‌ ହୋଇଥିବା ସନ୍ଦେହ କରାଯାଉଛି। ଏହାର ପ୍ରଭାବରେ ଏସ୍‌ୟୁଜେଡ୍‌ରେ ଥିବା ପୋଷାକ କାରଖାନାର ମହିଳା କର୍ମଚାରୀମାନେ ଆଖିରେ ଯନ୍ତ୍ରଣା ଅନୁଭବ କରିବା ସହ ମୁଣ୍ଡ ବୁଲାଇବା ଓ ବାନ୍ତି ହେବା ଦେଖାଯାଇଥିଲା। କେତେଜଣ ମହିଳା ଅଚେତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ପୋଷାକ କାରଖାନାକୁ ବନ୍ଦ କରିଦିଆଯିବା ସହ କର୍ମଚାରୀମାନଙ୍କୁ ନିରାପଦ ସ୍ଥାନକୁ ନିଆଯାଇଥିଲା।

Share