ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୫ରୁ ଊଦ୍ଧର୍‌ବ ଗୁରୁତର

ନୀଳଗିରି(ପ୍ରଶାନ୍ତ କୁମାର ବିଶ୍ୱାଳ)/ ରେମୁଣା(ରବୀନ୍ଦ୍ର ମହାକୁଡ), ୧୭ା୫:ବାଲେଶ୍ୱର ଜିଲା ରେମୁଣା ବ୍ଲକ ଗଡିଆମାଳସ୍ଥିତ ସ୍ନୋ ୱାଲର୍‌ଡ ନାମକ ଚିଙ୍ଗୁଡି ପ୍ଲାଣ୍ଟରେ ଗୁରୁବାର ରାତି ପ୍ରାୟ ୯ଟା ବେଳେ ଗ୍ୟାସ ଲିକ୍‌ ହୋଇ ୧୫ ଊଦ୍ଧର୍‌ବ ଗୁରୁତର ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରେ କେତେଜଣ ନାବାଳିକା ଥିବା ଜଣାପଡିଛି। ଏ ସିଫ୍ଟରେ କାମ କରୁଥିବା ବେଳେ ହଠାତ୍‌ ବିଷାକ୍ତ ଗ୍ୟାସ ଲିକ୍‌ ହେବାରୁ ଯୁବତୀ ଓ ନାବାଳିକା ଅଚେତ ହୋଇପଡିଥିଲେ। କମ୍ପାନୀର କୌଣସି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନ ଥିବା ବେଳେ ସାଥୀ କର୍ମଚାରୀମାନେ ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି।

Share