ଟାଟା ଷ୍ଟିଲ୍‌ କାରଖାନାରେ ଗ୍ୟାସ ପାଇପ୍‌ ଲାଇନ୍‌ ଫାଟି ୧୯ ଆହତ

ଢେଙ୍କାନାଳ,୧୩।୬: ଢେଙ୍କାନାଳ ଜିଲା ଓଡାପୋଡା ବ୍ଲକ୍‌ ଟାଟା ଷ୍ଟିଲ୍‌ ମେରାମୁଣ୍ଡଳୀ କାରଖାନା ପରିସରରେ ମଙ୍ଗଳବାର ଏକ ଅଘଟଣ ଘଟିଯାଇଛି। ଦିନ ୧ଟାରେ କାରଖାନାରେ ବ୍ଲାଷ୍ଟ ଫର୍ଣ୍ଣେସ ଗ୍ୟାସ ପାଇପ୍‌ ଲାଇନ୍‌ ଫାଟିଯାଇଛି। ଏହି ଘଟଣାରେ ୧୯ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଏହି ଘଟଣା କାରଖାନାରେ ଯାଞ୍ଚ କାର୍ଯ୍ୟ ହେଉଥିବା ସମୟରେ ଘଟିଛି।
କମ୍ପାନୀ କହିଛି ଯେ ଏହି ଘଟଣାକୁ ତଦନ୍ତ କରାଯିବ। ତଦନ୍ତରୁ ପାଇପ୍‌ ଲାଇନ୍‌ ଫାଟିବାର ସତ୍ୟାସତ୍ୟ ଜଣା ପଡିବ। ଆହତ କର୍ମଚାରୀଙ୍କୁ ଜରୁରୀକାଳୀନ ସେବା ଦିଆଯାଉଛି ବୋଲି ସୂଚନା ମିଳିଛି।