Categories: ବାଣିଜ୍ୟ

ପୁଣି ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୧୨: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଥିଲା ଏବଂ ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରରେ ୨୧ ଟଙ୍କା ବୃଦ୍ଧି ଘଟିଛି। ଆଜିଠାରୁ ଏହି ଦର ଲାଗୁ ହେବ। ଫଳରେ ରାଜଧାନୀ ଦିଲ୍ଲୀର ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୧୭୯୬.୫୦ ଟଙ୍କା ଦେବାକୁ ପଡିବ, କିନ୍ତୁ ଗତ ମାସରେ ଏହା ସିଲିଣ୍ଡର ପିଛା ୧୭୭୫.୫୦ ଟଙ୍କା ଥିଲା। କୋଲକାତା ୧୯୦୮.୦୦ ଟଙ୍କା,ମୁମ୍ବାଇ ୧୭୪୯.୦୦ ଟଙ୍କା, ଚେନ୍ନାଇ ୧୯୬୮.୫୦ ଟଙ୍କା ରହିଛି। ୧୪.୨ କିଲୋଗ୍ରାମ ସବସିଡିଯୁକ୍ତ ଘରୋଇ ଏଲପିଜି ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ।
ନଭେମ୍ବର ୧ରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ରୁ ଅଧିକ ବୃଦ୍ଧି କରାଯାଇଥିଲା। ଏଲପିଜିର ଏହି ମୂଲ୍ୟ ୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରରେ ବୃଦ୍ଧି କରାଯାଇଥିଲା।

Share