ନୂଆବର୍ଷରେ ଖୁସି ଖବର: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧ା୧: ନୂଆବର୍ଷରେ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ରାଷ୍ଟ୍ରୀୟ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ଓଜନର ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି। ବର୍ତ୍ତମାନ ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୯୯୮ ଟଙ୍କା ନିର୍ଦ୍ଧାରିତ ହୋଇଛି । ଏହା ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀଙ୍କ ପାଇଁ କିଛିମାତ୍ରାରେ ଆଶ୍ୱସ୍ତି ଆଣିଦେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବର ୧ରେ ୧୯ କେଜିର ବ୍ୟବସାୟିକ ସିଲିଣ୍ଡର ପିଛା ଦର୍‌ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା ଏବଂ ଏହାଦ୍ୱାରା ଦିଲ୍ଲୀରେ ଏହାର ମୂଲ୍ୟ ୨୧୦୧ ଟଙ୍କାରେ ପହଞ୍ଚିଥିଲା। ଏହା ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦ୍ୱିତୀୟ ସର୍ବାଧିକ ମୂଲ୍ୟ ଥିଲା । କାରଣ ୨୦୧୨-୧୩ରେ ଏହା ୨୨୦୦ ଟଙ୍କାରେ ପହଞ୍ଚି ରେକର୍ଡ ସୃଷ୍ଟି କରିଥିଲା। ତେବେ ଘରୋଇ ଭାବରେ ବ୍ୟବହାର କରାଯାଉଥିବା ୧୪.୨ କେଜି, ୫ କେଜି ଏବଂ ୧୦ କେଜି ସିଲିଣ୍ଡର ମୂଲ୍ୟରେ କୌଣସି ହ୍ରାସ କରାଯାଇନାହିଁ। ଏହାପୂର୍ବରୁ ୨୦୨୧ ନଭେମ୍ବର ୧ରେ ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୨୬୬ ଟଙ୍କା ହ୍ରାସ ପାଇଥିଲା।

Share