ବନ୍ତ,୨୫।୮(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ଜାମବଣି ଛକଠାରେ ସୋମବାର ଅପରାହ୍ନରେ ଆଗରପଡାରୁ ଆସୁଥିବା ଗ୍ୟାସ ସିଲିଣ୍ଡର ବୋଝେଇ ଗାଡିକୁ ୩ ଜଣ ଯୁବକ ଅଟକାଇ ଟଙ୍କା ମାଗିଥିଲେ। ଏହା ସହ ଚାଳକଙ୍କୁ ମାଡ ମାରିଥିଲେ। ପରେ ଗାଡି ସହ ଚାଳକଙ୍କୁ ଜୋର ଜବରଦସ୍ତ ନେଇ ଯାଉଥିବା ବେଳେ ଆଗରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୋଲିସକୁ ଦେଖି ଜଣେ ଯୁବକ ସେଠାରୁ ଖସିଯାଇଥିବା ବେଳେ ପୋଲିସ ୨ ଅଭିଯୁକ୍ତଙ୍କୁ ଥାନାକୁ ଆଣିଥିବା କହିଛି । ଏନେଇ ଥାନାରେ ୮୧/୨୦ ମାମଲା ରୁଜୁ କରାଯାଇ ଉଭୟଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି।