ଗ୍ୟାସ ଷ୍ଟେଶନରେ ଅଗ୍ନିକାଣ୍ଡ: ୧୨ ମୃତ, ୬୦ରୁ ଅଧିକ ଆହତ

ମସ୍କୋ,୧୫।୮: ରୁଷିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗ୍ୟାସ ଷ୍ଟେଶନରେ ଅଗ୍ନିକାଣ୍ଡ ଯୋଗୁ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ମଧ୍ୟ ସାମିଲ ହୋଇଛନ୍ତି। ଏହି ଘଟଣା ରୁଷିଆର ଡାଗେଷ୍ଟାନି ସହରରୁ ଆସିଛି।
ରିପୋର୍ଟ ଅନୁଯାୟୀ, ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏକ ଅଟୋ ମରାମତି ଦୋକାନରେ ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ପରେ ଏହା ନିକଟସ୍ଥ ଗ୍ୟାସ ଷ୍ଟେସନରେ ବ୍ୟାଙ୍ଗ ହୋଇ ବ୍ୟାପି ଯାଇଥିଲା। ଗ୍ୟାସ ଷ୍ଟେଶରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ ଏକ ମହଲା ଘର ମଧ୍ୟ ପାଉଁଶ ହୋଇଯାଇଥିଲା।

Share