ଚା ଦୋକାନରେ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ

ନିରାକାରପୁର,୧୯।୧୦(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ହରିପୁର ରେଳବାଇ ଲେଭଲ୍‌ କ୍ରସିଂଠାରେ ଗୁରୁବାର ଏକ ଅଘଟଣ ଘଟିଛି। ଗ୍ୟାସ୍‌ ଟାଙ୍କି ଫାଟି ବିସ୍ଫୋରଣରେ ଜଣେ ଦୋକାନୀ ଗୁରୁତର ହୋଇଛନ୍ତି। ସେ ହେଲେ ହରିପୁର ଗ୍ରାମର ଶିଶୁଳ ଗଜେନ୍ଦ୍ର।

ସୂଚନା ମୁତାବକ, ଶିଶୁଳା ଲେଭଲ୍‌ କ୍ରସିଂ ନିକଟରେ ପାନ, ଚା ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଥିଲେ। ଅପରାହ୍ନରେ ସେ ଗ୍ୟାସ ଚୁଲାରେ ଚା’ ତିଆରି କରୁଥିଲେ। ସେତିକିବେଳେ ଚା’ ଉତୁରି ନିଆଁ ଲାଗିଯାଇଥିଲା। ତେବେ ଦୋକାନରେ ରହିଥିବା ପେଟ୍ରୋଲ ଯୋଗୁଁ ନିଆଁ ସଙ୍ଗେସଙ୍ଗେ ବ୍ୟାପି ଯାଇ ଗ୍ୟାସ୍‌ ସିିଲିଣ୍ଡର ବିସ୍ଫୋରଣ ହୋଇଥିବା ଜଣାପଡିଛି। ଫଳରେ ନିଆଁରେ ଦୋକାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗଜେନ୍ଦ୍ର କୌଶଳକ୍ରମେ ଦୋକାନରୁ ବାହାରକୁ ଚାଲିଆସିଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି। ସେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡିଛି। ତେବେ ଶିଶୁଳଙ୍କ ଭଳି ଅନେକ ଦୋକାନୀ ଜନବସତି ଏବଂ ଗହଳିପୂର୍ଣ୍ଣ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ଗ୍ୟାସ୍‌ ବ୍ୟବହାର କରୁଥିଲେ ମଧ୍ୟ୍ୟ ପୋଲିସ ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀ ଦେଖୁଥିଲେ ମଧ୍ୟ କାହାରି କିଛି ପ୍ରତିବାଦ ନ ଥିବାରୁ ଏବେ ଏ ଭଳି ଦୁର୍ଘଟଣା ବଢ଼ିବାରେ ଲାଗିଛି।