Posted inଜାତୀୟ

ଗ୍ୟାସ ଟ୍ୟାଙ୍କର୍‌-ଟ୍ରେଲର ମଧ୍ୟରେ ଧକ୍କା: ୩ ଜୀବନ୍ତ ଦଗ୍ଧ

ଆଜମେର,୧୭।୨: ଆଜମେରର ରାନୀ ବାଗ ରିସର୍ଟ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ ଟ୍ୟାଙ୍କର୍‌ ଏବଂ ଟ୍ରେଲର ମଧ୍ୟରେ ଧକ୍କା ହେବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଗ୍ୟାସ ଟ୍ୟାଙ୍କରରେ ନିଆଁ ଲାଗିବା ହେତୁ ରାସ୍ତା ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ରାଜପଥରେ ଚାଲୁଥିବା ଦୁଇଟି ଟ୍ରକ ଏବଂ ଅନେକ ଦୁଇ ଚକିଆ ଯାନ ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ମିସ୍ରିପୁରା ଏବଂ ଗରିବ ନୱାଜ କଲୋନୀ ସମେତ ୧୦ରୁ ଅଧିକ ଘରକୁ ନିଆଁ ଲାଗିଯାଇଛି। ମୃତକଙ୍କ ମଧ୍ୟରେ ଉଭୟ ଗ୍ୟାସ ଟ୍ୟାଙ୍କର ଏବଂ ଟ୍ରେଲର ଡ୍ରାଇଭର ସାମିଲ ଅଛନ୍ତି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଜେଏଲଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବିଳମ୍ବିତ ରାତିରେ ଦୁର୍ଘଟଣା ସୂଚନା ପାଇବା ପରେ କଲେକ୍ଟର ଅନଶଦୀପ ଏବଂ ଏସପି ଚୁନାରାମ ଜାଟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ଘଟଣାସ୍ଥଳରେ ରାତି ଉଦ୍ଧାର କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୯।୪: ବୁଧବାର ବିହାରର ଗୟାରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଥିଲା ​​ଯେତେବେଳେ...

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର...

ସରକାରୀ ଶିକ୍ଷାନୁଷ୍ଠାନରେ ନିର୍ଯାତନାର ଶିକାର ହେଉଛନ୍ତି ଛାତ୍ରୀଛାତ୍ର, ଶିକ୍ଷାମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ସ୍କୁଲଠାରୁ ହାଇ ସ୍କୁଲ ଯାଏ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହେଉଛନ୍ତି।...

ଆରଜେ ମହଭାସ୍ ଙ୍କ ସହ ଫଟୋ ପୋଷ୍ଟ କଲେ ୟୁଜଭେନ୍ଦ୍ର ଚହଲ୍, ତା’ପରେ ଲେଖିଲେ ଏମିତି

ନୂଆଦିଲ୍ଲୀ,୯।୪: ପଞ୍ଜାବ କିଙ୍ଗସ୍ ଷ୍ଟାର ସ୍ପିନର୍ ୟୁଜଭେନ୍ଦ୍ର ଚହଲ୍ ବୁଧବାର ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଆରଜେ ମହଭାସ୍ ଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି।...

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୪: ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଭେଟିଛନ୍ତି। ନର୍ଥ ବ୍ଲକ୍‌ରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଯାଇ ମୁଖ୍ୟମନ୍ତ୍ରୀ...

ଏଣିକି ଇପିଏଫଓ UAN କାର୍ଯ୍ୟକାରୀ କରିବା ହେଲା ସହଜ, ଆସିଲା ନୂଆ ଫିଚର

ନୂଆଦିଲ୍ଲୀ,୯।୪: ଆଧାର-ଆଧାରିତ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି (ଏଫଏଟି) ଏହାର ଅତିରିକ୍ତ ସୁରକ୍ଷା ପାଇଁ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ବର୍ତ୍ତମାନ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି...

ଅସହ୍ୟ ହେଲା ଋଣଭାର, ବିଷ ପିଇ ଜୀବନ ହାରିଲେ ଦମ୍ପତି

ପୁରୁଷୋତ୍ତମପୁର,୯ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବେଢ଼ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାରରେ...

ଆସିଲା ବଡ଼ ଅପଡେଟ୍‌: ଏଥର ଅକ୍ଷୟ ତୃତୀୟାରେ ବଢିବ ନା କମିବ ସୁନା!

ନୂଆଦିଲ୍ଲୀ,୯।୪: ଆଉ କିଛିଦିନ ପରେ ଅକ୍ଷୟ ତୃତୀୟା। ଏହି ଅବସରରେ ସୁନା କିଣିବାର ପରମ୍ପରା ରହିଛି। ଏବେ ସୁନାଦର ଖସୁଥିବାବେଳେ ସୁନାପ୍ରେମୀମାନେ ଅପେକ୍ଷା କରିଛନ୍ତି। ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri