ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ କର୍ମଚାରୀ

ସମ୍ବଲପୁର,୩୧।୫(ବ୍ୟୁରୋ): ସମ୍ବଲପୁର ସହରର କାଇଁସିରଠାରେ ଥିବା ଏକ ବେଆଇନ ଗ୍ୟାସ ଗୋଦାମରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଣେ କର୍ମଚାରୀ ଜୀବନ୍ତ ଜଳିଯାଇ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ରାଜା ରଣବୀରା। କାଇଁସିର ସ୍ଥିତ ମା’ ଦୁର୍ଗା ଗୋଗ୍ୟାସ ନାମକ ଏହି ଗୋଦାମ ବିନା ଲାଇସେନ୍ସରେ ଚାଳୁଥିବା ବେଳେ ୩୨ଟି ଗ୍ୟାସ ସିଲଣ୍ଡର ଗଚ୍ଛିତ ଥିଲା । ଗ୍ୟାସ ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଗୋଦାମ ରୋଷେଇ ଘରେ ଥିବା ଡ୍ରାଇଭର ପୋଡି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୋଲିସ ମୃତଦେହ ଜବତ କରି ଘଟଣାଣ ତଦନ୍ତ ଚଳାଇଛନ୍ତି।

Share