Categories: ଜାତୀୟ

ଗୋଟିଏ ଦିନ ପାଇଁ ବନ୍ଦ ରହିବ ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆ, ଜାଣନ୍ତୁ କାରଣ

ମୁମ୍ବାଇ,୧ା୯: ଲୋକଙ୍କ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆ ବା ଇଣ୍ଡିଆ ଗେଟ୍‌। ରବିବାର ସକାଳ ୧୦ଟାଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିବ। ଏହାର କାରଣ ହେଉଛି ମହାବିକାଶ ଅଗାଡ଼ିଙ୍କ ‘ଜୋତା ମରା’ ଆନ୍ଦୋଳନ।

କିଛିଦିନ ପୂର୍ବରୁ ସିନ୍ଧୁଦର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଖସିଯିବା କାରଣରୁ ମହାରାଷ୍ଟ୍ରରେ ରାଜନୀତି ତୀବ୍ର ହୋଇଛି। ଆଜି ଅର୍ଥାତ୍‌ ରବିବାର ଇଣ୍ଡିଆ ଗେଟ୍‌ରେ ହେବାକୁ ଥିବା ବିରୋଧୀ ଦଳ ମହାବିକାଶ ଅଗାଡ଼ି (ଏମ୍‌ଭିଏ) ଏହି ପ୍ରସଙ୍ଗରେ ଆନ୍ଦୋଳନ ଘୋଷଣା କରିଛି।

ଆନ୍ଦୋଳନକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଭଳି ପରିସ୍ଥିତିରେ ପର୍ଯ୍ୟଟକଙ୍କ ପାଇଁ ଏହି ଐତିହାସିକ ସ୍ଥାନ ଗୋଟିଏ ଦିନ ପାଇଁ ବନ୍ଦ ରହିଛି। ଏହି ସ୍ଥାନ ମୁମ୍ବାଇ ପର୍ଯ୍ୟଟନର ସବୁଠାରୁ ବଡ଼ ଅଂଶ, ଯେଉଁଠାକୁ ପ୍ରତିଦିନ ହଜାର ହଜାର ଲୋକ ଆସିଥାନ୍ତି। ରବିବାର ଏହି ଭିଡ ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି। ତେବେ ପର୍ଯ୍ୟଟକଙ୍କ ପାଇଁ ସେପ୍ଟେମ୍ବର ୧ ରବିବାର ପାଇଁ ଗେଟଓ୍ବେ ଅଫ୍‌ ଇଣ୍ଡିଆ ବନ୍ଦ ରହିଛି।

Share