ସ୍ୱାମୀଙ୍କୁ କୋଳରେ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଗୌହର

ମୁମ୍ବାଇ: ଆଜିକାଲି ବିବାହ ସମୟରେ ଭିନ୍ନ ଭିନ୍ନ ପୋଜରେ ଫଟୋ ଉଠାଇବାକୁ ବେଶ୍ ପସନ୍ଦ କରୁଛନ୍ତି ନବ ଦମ୍ପତି । ଫଳରେ ସେମାନେ ଏମିତି ମୁହୂର୍ତ୍ତ ସବୁକୁ ଜୀବନ ସାରା ନିଜ ପାଖରେ ସାଇତି ରଖିପାରିବେ । ସେଲିବ୍ରିଟି ବା ଏଥିରୁ ବାଦ୍ ଯିବେ କେମିତି । ଏମିତି କିଛି ଫଟୋ ଏବେ ଦେଖିବାକୁ ମିଳିଛି ଗୌହର ଖାଁ ଓ ତାଙ୍କ ସ୍ୱାମୀ ଜୈଦ ଦରବାରଙ୍କୁ ନେଇ । ଏମାନେ ୨୫ ଡିସେମ୍ବରରେ ବିବାହ କରିଛନ୍ତି । ଏବେ ଏମାନଙ୍କ ବିବାହ ବେଳର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ଏମିତି ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଗୌହର ତାଙ୍କ ସ୍ୱାମୀ ଜୈଦଙ୍କୁ କୋଳରେ ଉଠାଇ ଧରିଛନ୍ତି । ଏହି ଫଟୋଟି ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସୁଥିବା ବେଳେ କମେଣ୍ଟମଧ୍ୟ ଆସୁଛି । ସୂଚନାଯୋଗ୍ୟ, ଗୌହରଙ୍କ ବିବାହ ମୁମ୍ବାଇରେ ହୋଇଥିବା ବେଳେ ୨୨ ଡିସେମ୍ବରରେ ତାଙ୍କର ବିବାହ କର୍ମ ଆରମ୍ଭ ହୋଇଯାଇଥିଲା । ଗୌହର ବିଗ୍ ବସ୍‌-୧୪ରେ ନଜର ଆସି ଅନେକ ପ୍ରଶଂସକ ସୃଷ୍ଟି କରିଥିଲେ । ୨୦୦୪ରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ୨୦୧୭ରେ ଫିଲ୍ମ ‘ବେଗମ ଜାନ’ରେ ବି ଗୌହରଙ୍କୁ ଦେଖିବାକୁ ମିଳିଥିଲା ।

Share