ବିବାହର କିଛି ସମୟ ପୂର୍ବରୁ କ୍ୟାମେରା ସାମ୍ନାକୁ ଆସିଲେ ଗୌହର!

ମୁମ୍ବାଇ: ଅଭିନେତ୍ରୀ ଗୌହର ଖାଁ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଡିସେମ୍ବର ୨୫ରେ ସେ ହାତକୁ ଦି ହାତ ହେବେ । ଏବେଠାରୁ କିନ୍ତୁ ତାଙ୍କ ଘର ସାମ୍ନାରେ ଲାଗିଛି ଭିଡ । ଇତିମଧ୍ୟରେ ଗୌହରଙ୍କୁ ଅପେକ୍ଷା ରଖିଥିବା କେତେଜଣ ଖବରଦାତାଙ୍କୁ ଦେଖା କରିବାକୁ ଗୌହର ନିଜେ ଆସିବା ଚର୍ଚ୍ଚାର ବିଷୟ ପାଲଟିଛି । ସାଦାସିଦା ପୋଷାକରେ ବାହାରକୁ ଆସି ଗୌହର ବିନମ୍ର୍‌ତାର ସହ ଖବରଦାତାଙ୍କ ସହ କଥା ହୋଇଛନ୍ତି । ଗୌହରଙ୍କୁ ଦେଖୁ ଦେଖୁ ସମସ୍ତେ ତାଙ୍କୁ ବିବାହ ଶୁଭେଚ୍ଛା ଜଣାଇଥିବା ବେଳେ ଗୌହର ବି ସ୍ମିତ ହସି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାରି ଭିତରେ ସେ କହିଥିଲେ ଏବେ ବିବାହ ବାକି ରହିଛି । ତେବେ ସୂଚନା ମୁତାବକ ୨୪ ଡିସେମ୍ବରରୁ ତାଙ୍କ ବିବାହ ପୂର୍ବର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହାପରେ ସେ ସମସ୍ତ ଖବରଦାତାଙ୍କୁ ବିବାହ ଦିନ ଘରକୁ ଆସିବାକୁ ଅନୁରୋଧ କରିଥିଲେ । ଏହାବି କହିଥିଲେ କି ମା’ ଆପଣମାନଙ୍କ ପାଇଁ ମିଠା ତିଆରି କରି ରଖିଥିବେ ଆପଣମାନେ ନିଶ୍ଚିତ ଆସିବେ । ଗୌହରଙ୍କ ଏହି କେଇପଦ କଥା ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା । ଏହାପରେ ସେ ଚାଲି ଯାଇଥିଲେ । ହେଲେ ବିବାହ ପୂର୍ବରୁ ହଳଦିଆ ରଙ୍ଗର ପୋଷାକରେ ଗୌହର ଖୁବ୍ ସୁନ୍ଦର ଲାଗୁଥିଲେ ।

Share