ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରଶେଫ୍‌

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌରବ ଖାନ୍ନା ‘ସେଲିବ୍ରିଟି ମାଷ୍ଟରଶେଫ୍‌’ ପ୍ରଥମ ସିଜନର ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ରାତିରେ ଆୟୋଜିତ ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମରେ ତାଙ୍କୁ ଶୋ’ର ଟାଇଟଲ ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ଅଭିନେତ୍ରୀ ନିକ୍କି ତମ୍ବୋଲିଙ୍କୁ ଗ୍ରାଣ୍ଡ ଫିନାଲେରେ ରନର ଅପ୍‌ ଘୋଷଣା କରାଯାଇଥିଲା। ପୂରା ସିଜନରେ ଗୌରବ ବିଭିନ୍ନ ପ୍ରକାରର ଡିଶ୍‌ ପ୍ରସ୍ତୁତ କରି ଶୋ’ର ବିଚାରକମଣ୍ଡଳୀକୁ ପ୍ରଭାବିତ କରିଥିଲେ। ଗ୍ରାଣ୍ଡ ଫିନାଲେ ସେରିମୋନିରେ ଗୌରବଙ୍କ ସିଗ୍ନେଚର ଡିଶ୍‌ ପ୍ରେଜେଣ୍ଟେଶନ ବିଚାରକମାନଙ୍କ ହୃଦୟ ଜିତିପାରିଥିଲା। ଗୌରବ ଜଣେ ଲୋକପ୍ରିୟ ଟିଭି ଅଭିନେତା ହୋଇଥିବାବେଳେ ପୂରା ସିଜନରେ ରୋଷେଇ ଘରେ ଖାଦ୍ୟ ରାନ୍ଧିବାର ତାଙ୍କ ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେଲିବ୍ରିଟି ମାଷ୍ଟରଶେଫ୍‌ର ସିଜନ-୧ ଗତ ଜାନୁଆରୀ ୨୭ରୁ ଆରମ୍ଭ ହୋଇଥିଲା। ଏହି ଶୋ’ରେ ସେଲିବ୍ରିଟି ଶେଫ୍‌ ରଣବୀର ସିଂ ବ୍ରାର୍‌ ଏବଂ ବିକାଶ ଖାନ୍ନା ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିବାବେଳେ ଫିଲ୍ମ ନିର୍ଦ୍ଦେଶିକା ଫରାହ ଖାନ୍‌ ଏହି ଶୋ’କୁ ହୋଷ୍ଟ କରିଥିଲେ। ପ୍ରସିଦ୍ଧ ମାଷ୍ଟରଶେଫ୍‌ ସଞ୍ଜୀବ କପୁର ଶୋ’ର ଗ୍ରାଣ୍ଡ ଫିନାଲେରେ ସ୍ବତନ୍ତ୍ର ବିଚାରକ ଭାବେ ଯୋଗଦେଇ ଗୌରବଙ୍କୁ ଏହି ଟ୍ରଫି ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri