ଶାହାରୁଖ୍‌ ପୁଅ ଅବରାମଙ୍କୁ ସ୍ତ୍ରୀଙ୍କଠାରୁ ରଖନ୍ତି ଦୂରେଇ

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଏବଂ ସ୍ତ୍ରୀ ଗୌରୀ ଖାନ୍‌ ଏମିତି ଏକ ଷ୍ଟାର କପଲ ଯିଏକି କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ଏବେ ସେମାନଙ୍କ ବନ୍ଧନ ବହୁତ ଶକ୍ତ କହିଲେ କିଛି ଭୁଲ ହେବ ନାହିଁ। ଏହି ଦମ୍ପତିଙ୍କ ସୁଖୀ ପରିବାର ଅନେକ ଲୋକଙ୍କୁ ପ୍ରେରଣା ଦେଇଥାଏ। ତେବେ, ଶାହାରୁଖ୍‌ଙ୍କ ଗୋଟିଏ ଅଭ୍ୟାସ ସ୍ତ୍ରୀ ଗୌରୀଙ୍କୁ ବହୁତ ଦୁଃଖ ଦେଇଥାଏ।
ଏକ ସାକ୍ଷାତକାରରେ ଗୌରୀ କହିଥିଲେ ଯେ, ଶାହାରୁଖ୍‌ ତାଙ୍କର ସାନ ପୁଅ ଅବରାମଙ୍କ ସହ ସବୁଠାରୁ ଅଧିକ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି। ଏହି କାରଣରୁ ସେ ନିଜର ଶୁଟିଂ ଶେଟ୍‌କୁ ସବୁବେଳେ ପୁଅକୁ ସାଙ୍ଗରେ ନେଇ ଯାଇଥାନ୍ତି। ଶୁଟିଂରୁ ସମୟ ବାହାର କରି ସେ ସବୁବେଳେ ପୁଅ ସହ ଖେଳିଥାନ୍ତି। ତେଣୁ ଉଭୟ ବାପ, ପୁଅ ଯିବା ପରେ ଗୌରୀ ଘରେ ସମ୍ପୂର୍ଣ୍ଣ ଏକା ହୋଇଯାଆନ୍ତି। ଅବରାମଙ୍କ ସହ ସମୟ ବିତାଇବା ପାଇଁ ମୋତେ ଖୁବ୍‌ କମ୍‌ ସମୟ ମିଳିଥାଏ। ଏଥିପାଇଁ ମୁଁ ଦୁଃଖି ବୋଲି ଗୌରୀ କହିଥିଲେ।

Share