ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୨୦ରେ ଆର୍ୟନଙ୍କ ଜାମିନ ଶୁଣାଣି ହୋଇପାରେ। ପୁଅକୁ ଜାମିନ ନ ମିଳିବା ଯାଏ ମା’ ଗୌରୀ ଖାନ୍ ମିଠା ଖାଇବେ ନାହିଁ ବୋଲି ମାନସିକ ରଖିଛନ୍ତି। ଏପରିକି ସେ କୌଣସି ମିଠା ଜାତୀୟ ଖାଦ୍ୟ ବି ରାନ୍ଧିବେ ନାହିଁ। ଦୀପାବଳି ପୂର୍ବରୁ ଆର୍ୟନଙ୍କୁ ଜାମିନ ମିଳିପାରେ ବୋଲି ଆଶା ରଖିଛନ୍ତି ପିତା ଶାହାରୁଖ ଓ ମାତା ଗୌରୀ।
ଅକ୍ଟୋବର ୩ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଜଡ଼ିତ ଥିବା ଘଟଣାରେ ଆର୍ୟନଙ୍କୁ ଗିରଫ କରିଥିଲା। ଏହାପରଠାରୁ ଶାହାରୁଖ, ଗୌରୀ ଏବଂ ପୂରା ପରିବାର ଭାଙ୍ଗି ପଡ଼ିଛନ୍ତି। ଏହା ତାଙ୍କ ପାଇଁ ସବୁଠୁ କଠିନ ତଥା ଦୁଃଖ ସମୟ। ନବରାତ୍ରିରେ ଗୌରୀ ପୁଅ ପାଇଁ ଏହି ମାନସିକ ରଖିଛନ୍ତି।