ବଲିଉଡ୍ ସୁପରଷ୍ଟାର ଶାହାରୁଖ୍ ଖାନ୍ଙ୍କ ସ୍ତ୍ରୀ ଗୌରୀ ଖାନ୍ ଫ୍ୟାଶନିଷ୍ଟଙ୍କ ମଧ୍ୟରେ ଅନ୍ୟତମ। ସେ ଅଭିନୟ ଠାରୁ ବହୁତ ଦୂରରେ। ମାତ୍ର ଷ୍ଟାଇଲ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
୨୦୧୯ ରେ ଅମ୍ବାନୀ ପରିବାରର ବଡ଼ ପୁଅ ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହେଟ୍ଟାଙ୍କ ବିବାହ ଉତ୍ସବ ସମସ୍ତଙ୍କର ମନେଥିବ ନିଶ୍ଚୟ। ଯେଉଁଠାରେ ଭାରତ ଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ବହୁ ଜଣାଶୁଣା ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। କିଙ୍ଗ ଖାନ୍ ଶାହାରୁଖ୍ ସ୍ତ୍ରୀ ଗୌରୀଙ୍କ ସହ ଏହି ବିବାହ ପାର୍ଟିରେ ଉପସ୍ଥିତ ହୋଇଥିଲେ। ଏହି ଅବସରରେ ଶାହାରୁଖ୍ ଏବଂ ଗୌରୀ ପରସ୍ପର ସହ ମେଳ ଖାଉଥିବା ଭଳି ପୋଷାକ ପିନ୍ଧିଥିଲେ। ଶାହାରୁଖ୍ ଏକ ଧଳା ରଙ୍ଗର ଶେରୱାନୀ ପିନ୍ଧିଥିବା ବେଳେ ଗୌରୀ ରୁପା ତାରକସି ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ତେବେ ଏହି ଅବସରରେ ଗୌରୀ ଅନ୍ୟ ଅଭିନେତ୍ରୀଙ୍କୁ କଡ୍ଡା ଟକ୍କର ଦେଇଥିଲେ। ଗୌରୀଙ୍କ ଏହି ଶାଢ଼ିର ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଶାଢ଼ି ସାଙ୍ଗକୁ ତାଙ୍କର ମେକ୍ଅପ୍ ଏବଂ ଷ୍ଟାଇଲ୍ ସମସ୍ତଙ୍କୁ ଆକର୍ଷିତ କରିଥିଲା।