IPLରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଗୌତମ ଆଦାନୀ: କିଣିବେ ଗୁଜରାଟ ଟାଇଟାନ୍ସ

ନୂଆଦିଲ୍ଲୀ, ୧୯।୭: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସ’କୁ କିଣିବାକୁ ଚାହୁଁଛନ୍ତି ଶିଳ୍ପପତି ଗୌତମ ଆଦାନୀ। ସିଭିସି କ୍ୟାପିଟାଲ ମାଲିକାନାରେ ଥିବା ଗୁଜରାଟ ଟାଇଟାନ୍ସକୁ ସହଯୋଗୀ ଟୋରେଣ୍ଟ ସହିତ ମିଶି ଆଦାନୀ ସମୂହ କିଣିବାକୁ ଯାଉଥିବା ଏକ ରିପୋର୍ଟରୁ ଜଣା ପଡିଛି। ସିଭିସି ଫ୍ରାଞ୍ଚାଇଜର ଏକ ଛୋଟିଆ ଶେୟାର ନିଜ ପାଖରେ ରଖି ଏବଂ ବଡ଼ ଅଂଶଧନ ବିକ୍ରି କରିବାକୁ ଚାହୁଁଛି।

ତିନିବର୍ଷ ପୁରୁଣା ଗୁଜରାଟ ଟାଇଟାନ୍ସ ଫ୍ରାଞ୍ଚାଇଜର ମୂଲ୍ୟ ୧ ବିଲିୟନ ଡଲାରରୁ ୧.୫ ବିଲିୟନ ଡଲାର ହୋଇପାରେ। ୨୦୨୧ରେ ସିଭିସି ୫,୬୨୫ କୋଟି ଟଙ୍କାରେ ଫ୍ରାଞ୍ଚାଇଜ କିଣିଲା। ଖବର ସମ୍ପର୍କରେ ଅବଗତ ଜଣେ ଅଧିକାରୀ କହିଛନ୍ତି, “୨୦୨୧ ମସିହାରେ ଆଇପିଏଲର ଅହମ୍ମଦାବାଦ ଫ୍ରାଞ୍ଚାଇଜର ମାଲିକାନା ହେବାର ସୁଯୋଗ ହାତଛଡ଼ା କରି ଉଭୟ ଆଦାନୀ ଏବଂ ଟୋରେଣ୍ଟ ଗୁଜୁରାଟ ଟାଇଟାନ୍ସର ଅଧିକାଂଶ ଅଂଶଧନ କିଣିବା ପାଇଁ ଦୃଢ ଆଶାୟୀ ଅଛନ୍ତି। ଏଭଳି ସ୍ଥିତିରେ ସିଭିସି ପାଇଁ, ଫ୍ରାଞ୍ଚାଇଜରେ ଏହାର ଅଂଶଧନକୁ ମୁନାଫାରେ ପରିବର୍ତନ କରିବା ପାଇଁ ଏହା ଏକ ଭଲ ସୁଯୋଗ। ”

ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ଏବଂ ୟୁଏଇ-ବ୍ରଡ ଇଣ୍ଟରନ୍ୟାସନାଲ ଲିଗ୍ ଟି -୨୦ ରେ ଦଳ କିଣି ଗୌତମ ଆଦାନୀ ପୂର୍ବରୁ କ୍ରିକେଟ୍ ରେ ପୁଞ୍ଜି ବିନିଯୋଗ କରିସାରିଛନ୍ତି। ୨୦୨୩ ରେ, ଆଦାନୀ ଡବ୍ଲୁପିଏଲ୍ ର ଅହମ୍ମଦାବାଦ ଫ୍ରାଞ୍ଚାଇଜ୍କୁ ୧,୨୮୯ କୋଟି ଟଙ୍କାରେ କିଣିଥିଲେ।

ଏହାପୂର୍ବରୁ ଗୁଜୁରାଟ ଟାଇଟାନ୍ସ ସିଓଓ ଅରବିନ୍ଦର ସିଂ କହିଛନ୍ତି ଯେ, “ପରବର୍ତ୍ତୀ ମିଡିଆ ଅଧିକାର ଆବଣ୍ଟନ ସମୟର ଫ୍ରାଞ୍ଚାଇଜ ଲାଭଦାୟକ ହେବ। ଏପରିକି ମୂଳ ଦଶ ଫ୍ରାଞ୍ଚାଇଜ୍ ଲାଭଜନକ ହେବା ପାଇଁ ଚାରି ରୁ ପାଞ୍ଚ ବର୍ଷ ସମୟ ନେଇଥିଲେ। କିନ୍ତୁ ଆମେ ନିଶ୍ଚିତ ଯେ ଆସନ୍ତା ବର୍ଷ କେବଳ ଲାଭଜନକ ନୁହେଁ, ବରଂ ଆମର ବ୍ରାଣ୍ଡ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ। ”


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri