ଅମ୍ବାନୀଙ୍କୁ କାଟିଲେ ଆଦାନୀ, ଜୁକରବର୍ଗ ପଡ଼ିଲେ ପଛରେ

ନୂଆଦିଲ୍ଲୀ,୪।୨: ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ। ଏବେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି ସେ। ଫୋର୍ବସ ରିୟଲ୍‌ ଟାଇମ୍‌ ବିଲେନିୟର୍ସ ରିପୋର୍ଟ ତାଲିକାରେ ଗୌତମ ଅଦାନୀ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସ୍ଥାନିତ ହୋଇଛନ୍ତି। ଏଥିରେ ମୁକେଶ ଅମ୍ବାନୀ ୧୧ତମ ସ୍ଥାନରେ ରହିଛନ୍ତି। ଆଦାନୀଙ୍କ ପାଖରେ ୯୦ ବିଲିୟନ୍‌ ଡଲାର ସମ୍ପତ୍ତି ଥିବା ବେଳେ ଅମ୍ବାନୀଙ୍କ ପାଖରେ ୮୯ ବିଲିୟନ୍‌ ଡଲାର ସମ୍ପତ୍ତି ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ମୁକେଶ ଅମ୍ବାନୀ ୨.୨ ବିଲିୟନ୍‌ ଡଲାର କ୍ଷତି ସହିଥିଲେ। ସେହିଭଳି ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗ ସବୁଠାରୁ ଅଧିକ ୨୯.୭ ବିଲିୟନ୍‌ ଡଲାର କ୍ଷତି ସହିଛନ୍ତି। ଫଳରେ ତାଙ୍କର ମୋଟ ସମ୍ପତ୍ତି ହ୍ରାସ ପାଇ ୮୪.୮ ବିଲିୟନ୍‌ ଡଲାରରେ ପହଞ୍ଚିଛି। ସେ ବିଶ୍ୱ ଧନୀ ତାଲିକାର ୧୨ତମ ସ୍ଥାନରେ ଅଛନ୍ତି।

Share