Categories: ବାଣିଜ୍ୟ

ପ୍ରତି ମିନିଟରେ ୮.୪୯ କୋଟି ରୋଜଗାର କଲେ ଗୌତମ ଆଦାନୀ

ମୁମ୍ବାଇ,୬ା୧୨: ଗତ ଦୁଇ ଦିନ (ସୋମବାର ଏବଂ ମଙ୍ଗଳବାର) ରେ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ସମ୍ପତ୍ତି ୧୬.୭୧ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ଏହା ପଛର କାରଣ ହେଉଛି ଆଦାନୀ ଗ୍ରୁପ୍ ର ସେୟାରରେ ବୃଦ୍ଧି। ଯଦି ଆମେ ଭାରତୀୟ ଟଙ୍କାରେ କହିବା, ତେବେ ଗତ ୨୮ ଘଣ୍ଟା ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ପ୍ରତି ମିନିଟରେ ୪୮.୩୫ କୋଟି ଟଙ୍କା ବୃଦ୍ଧି ପାଇଛି।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଆଦାନୀଙ୍କ ମୋଟ ସମ୍ପତ୍ତି ବର୍ତ୍ତମାନ ୮୨.୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ତେବେ ଏଥିରେ ବୁଧବାର ରୋଜଗାର ଏପର୍ଯ୍ୟନ୍ତ ଏଥିରେ ସାମିଲ ହୋଇନାହିଁ। ମଙ୍ଗଳବାର ଦିନ ଆଦାନୀଙ୍କ ସମ୍ପତ୍ତି ୧୨.୩ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ସେହିଭଳି ସୋମବାର ଦିନ ୪.୪୧ ବିଲିୟନ ଡ଼ଲାର ବୃଦ୍ଧି ଘଟିଛି।

ଏହିପରି, ଆଦାନୀଙ୍କ ସମ୍ପତ୍ତି ମୋଟ ୧୬.୭୧ ବିଲିୟନ ଡ଼ଲାର ଅର୍ଥାତ୍ ଦୁଇ ଦିନରେ ୧୬୭୧ କୋଟି ଡଲାର ବୃଦ୍ଧି ପାଇଛି। ଯଦି ଆମେ ଏହାକୁ ଡଲାର ପିଛା ୮୩.୩୪ ଟଙ୍କା ହାରରେ ଦେଖିବା, ତେବେ ଏହି ଟଙ୍କା ଭାରତୀୟ ଟଙ୍କାରେ ୧୩୯୨୬୨୭୨୭୪୫୦୦.୦୦ ଅଟେ। ଯଦି ଆମେ ଏହାକୁ ୪୮X୬୦ ରେ ଭାଗ କରିବା ତେବେ ଏହି ପରିମାଣ ୪୮,୩୫,୫୧,୧୩୬ କୋଟି ହେବ। ଅର୍ଥାତ୍ ଗତ ୪୮ ଘଣ୍ଟା ମଧ୍ୟରେ ଆଦାନୀ ପ୍ରତି ମିନିଟରେ ୪୮.୩୫ କୋଟି ଟଙ୍କା ରୋଜଗାର କରିଥିଲେ।

ଗତ କିଛି ଦିନ ହେବ ଗୌତମ ଆଦାନୀଙ୍କ ସମ୍ପତ୍ତି ବୃଦ୍ଧି ପାଉଥିଲେ ମଧ୍ୟ ଚଳିତ ବର୍ଷ ସମ୍ପତ୍ତି ହରାଇବାରେ ସେ ବିଶ୍ୱର କୋଟିପତିଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ଅଛନ୍ତି। ଜାନୁଆରୀ ୨୦୨୩ ରେ ପ୍ରକାଶିତ ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ଅନୁଯାୟୀ ତାଙ୍କ ସମ୍ପତ୍ତି ୧୩୦ ବିଲିୟନ ଡ଼ଲାରରୁ ହ୍ରାସ ପାଇ ୫୦ ବିଲିୟନ ଡଲାରରୁ କମ୍ ହୋଇଯାଇଥିଲା। ବର୍ତ୍ତମାନ, ଆଦାନୀଙ୍କ ସମ୍ପତ୍ତି ବର୍ତ୍ତମାନ ୮୨.୫ ବିଲିୟନ ଡ଼ଲାରରେ ପହଞ୍ଚିଛି ଏବଂ ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୮ ବିଲିୟନ ଡଲାରର କ୍ଷତିରେ ଅଛନ୍ତି।

Share