କର୍ମଚାରୀଙ୍କ ତୁଳନାରେ କମ ଦରମା ନିଅନ୍ତି ଗୌତମ ଆଦାନୀ: ଦରମା ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୬: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ତଥା ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଦରମା ସମ୍ପର୍କରେ ଏକ ମଜାଦାର ସୂଚନା ସାମ୍ନାକୁ ଆସିଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ଗୌତମ ଆଦାନୀ ୯.୨୬ କୋଟି ଟଙ୍କା ପ୍ୟାକେଜ ପାଇଛନ୍ତି। ସେମାନେ ପାଇଥିବା ଦରମା ଶିଳ୍ପରେ ଥିବା ସେମାନଙ୍କ ତୁଳନାରେ ବହୁତ କମ ଅଟେ। ଏପରିକି ସେ ତାଙ୍କର ଅନେକ କର୍ମଚାରୀଙ୍କ ତୁଳନାରେ କମ ଦରମା ନିଅନ୍ତି । ସୂଚନାନୁସାରେ, ସେ ଆଦାନୀ ଗ୍ରୁପର ୧୦ଟି କମ୍ପାନୀ ମଧ୍ୟରୁ କେବଳ ୨ଟି କମ୍ପାନୀରୁ ଟଙ୍କା ନେଇଥାନ୍ତି।
ଆଦାନୀ ଗ୍ରୁପର ୧୦ ତାଲିକାଭୁକ୍ତ କମ୍ପାନୀର ବାର୍ଷିକ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ସେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଠାରୁ ୨.୧୯ କୋଟି ଟଙ୍କା ବେତନ ନେଇଛନ୍ତି। ଏହା ବ୍ୟତୀତ ପ୍ରାୟ ୨୭ ଲକ୍ଷ ଟଙ୍କା ଭତ୍ତା ନିଆଯାଇଥିଲା। ସେ ଆଦାନୀ ଏଣ୍ଟରପ୍ରାଇଜେସ ଠାରୁ ମୋଟ ୨.୪୬ କୋଟି ଟଙ୍କା ପାଇଛନ୍ତି, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୩ ପ୍ରତିଶତ ଅଧିକ। ଏହା ବ୍ୟତୀତ ସେ  Adani Ports and SEZ ଲିମିଟେଡ ଠାରୁ ୬.୮ କୋଟି ଟଙ୍କା ମଧ୍ୟ ନେଇଛନ୍ତି।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୧୦୬ ବିଲିୟନ ଡଲାର ଅଟେ। ଦୁନିଆର ସବୁଠାରୁ ଧନୀ ତାଲିକାରେ ମୁକେଶ ଅମ୍ବାନୀ ଦ୍ୱାଦଶରେ ଏବଂ ଗୌତମ ଆଦାନୀ ୧୪ତମ ସ୍ଥାନରେ ଅଛନ୍ତି। ଗୌତମ ଆଦାନୀଙ୍କ ସାନଭାଇ ରାଜେଶ ଆଦାନୀ ୮.୩୭ କୋଟି ଟଙ୍କା ଏବଂ ଜ୍ୱାଇଁ ପ୍ରଣବ ଆଦାନୀ ୬.୪୬ କୋଟି ଟଙ୍କା ଦରମା ନେଇଛନ୍ତି। ତାଙ୍କ ପୁଅ କରଣ ଆଦାନୀ ୩.୯ କୋଟି ଟଙ୍କା ପ୍ୟାକେଜ ନେଇଛନ୍ତି। ଅନ୍ୟପକ୍ଷରେ, ଆଦାନୀ ଏଣ୍ଟରପ୍ରାଇଜେସ ର ବିନୟ ପ୍ରକାଶଙ୍କ ଦରମା ୮୯.୩୭ କୋଟି, ଗ୍ରୁପ ସିଏଫ ଜୁଗେସିନ୍ଦର ସିଂ ୯.୪୫ କୋଟି ଟଙ୍କା, ଆଦାନୀ ଗ୍ରୀନ ଏନର୍ଜି ଭିନେଟ ଜୈନର ସିଇଓ ୧୫.୨୫ କୋଟି ଟଙ୍କା ନେଇଛନ୍ତି। ତାଙ୍କର ଦରମା ଗୌତମ ଆଦାନୀଙ୍କଠାରୁ ଅଧିକ।
ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଦରମା ପ୍ରାୟ ୧୫ କୋଟି ଟଙ୍କା। ସୁନୀଲ ଭାରତୀ ମିତ୍ତଲ ପ୍ରାୟ ୧୬.୭ କୋଟି, ରାଜୀବ ବଜାଜ ପ୍ରାୟ ୫୩.୭ କୋଟି ଟଙ୍କା, ପୱନ ମୁଞ୍ଜାଲ ପ୍ରାୟ ୮୦ କୋଟି ଟଙ୍କା, ଏଲଆଣ୍ଡଟି ଚେୟାରମ୍ୟାନ ଏସ.ଏନ ସୁବ୍ରମଣ୍ୟମ ଏବଂ ଇନଫୋସିସ ସିଇଓ ସଲିଲ ପାରେଖଙ୍କ ଦରମା ଗୌତମ ଆଦାନୀଙ୍କଠାରୁ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri