Categories: ବାଣିଜ୍ୟ

ମିଡିଆ ସେକ୍ଟରରେ ନିଜର ଉପସ୍ଥିତି ମଜବୁତ କରୁଛନ୍ତି ଗୌତମ ଆଦାନି, କିଣିଲେ ଆଉ ଏକ ନ୍ୟୁଜ ଏଜେନ୍ସି

ନୂଆଦିଲ୍ଲୀ,୧୬।୧୨: ଆଗଧାଡିର ଉଦ୍ଦ୍ୟୋଗପତି ଗୌତମ ଆଦାନି ନ୍ୟୁଜ ଏଜେନ୍ସି ଆଇଏଏନଏସ(IANS India) କୁ କ୍ରୟ କରିଛନ୍ତି। ଏହାସହ ଏବେ ଅଦାନି ଗ୍ରୁପ ମିଡିଆ କ୍ଷେତ୍ରରେ ନିଜର ଉପସ୍ଥିତିକୁ ମଜଭୁତ କରିଛନ୍ତି। ଏହା ପୂର୍ବରୁ ସେ ଗତବର୍ଷ ମାର୍ଚ୍ଚରେ କ୍ୱିଣ୍ଟଲିଅନ ବିଜନେସ ମିଡିଆ କିଣିଥିଲେ, ଯାହା ବିକ୍ୟୁ ପ୍ରାଇମ ନାମରେ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଚଳାଉଛି। ଏହାପରେ ଡିସେମ୍ବରରେ ଆଦାନି ଗ୍ରୁପ ଏନଡିଟିଭିର ୬୫ ପ୍ରତିଶତ ଅଂଶ କିଣିଥିଲେ।
ଆଦାନୀ ଗ୍ରୁପ ଆଇଏଏନଏସ ନ୍ୟୁଜ ଏଜେନ୍ସିର ଅଧିକାଂଶ ଅଂଶଧନ କିଣିଛି। କମ୍ପାନୀ ନିୟାମକ ସୂଚନାରେ କହିଛି ଯେ ଏହାର ସହାୟକ କମ୍ପାନୀ ଏଏମଜି ମିଡିଆ ନେଟୱାର୍କ (ଏଏମଏନଏଲ) ଆଇଏଏନଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ୫୦ପ୍ରତିଶତ ଅଂଶଧନ କିଣିଛି। ତେବେ ଆଦାନୀ ଗ୍ରୁପ ଡିଲର ମୂଲ୍ୟ ପ୍ରକାଶ କରିନାହିଁ।
ଗତ ବର୍ଷ ମାର୍ଚ୍ଚରେ ଆଦାନୀ ଗ୍ରୁପ ଫାଇନାନ୍ସ ନ୍ୟୁଜ ଡିଜିଟାଲ ପ୍ଲାଟଫର୍ମ ବିକ୍ୟୁ ପ୍ରାଇମ ଚଳାଉଥିବା କମ୍ପାନୀ କ୍ୱିଣ୍ଟିଲନ ବିଜନେସ ମିଡିଆ କିଣିଥିଲା। ଏହା ପରେ, ଡିସେମ୍ବରରେ, ଆଦାନୀ ମଧ୍ୟ ଏନଡିଟିଭିର କିଛି ଅଂଶଧନ କିଣିଥିଲେ। ଏହି ଉଭୟ କମ୍ପାନୀ ମଧ୍ୟ ଏଏମଏନଏଲ ଦ୍ୱାରା କିଣାଯାଇଥିଲା। ସୂଚନା ଦେବାବେଳେ ଏଏମଏନଏଲ କହିଛି ଯେ ଏହା ଆଇଏନଏସ ଏବଂ ସନ୍ଦୀପ ବାମଜଇଙ୍କ ସହ ଏକ ଅଂଶୀଦାର ଚୁକ୍ତି କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଆଇଏଏନଏସର ଆୟ ୧୧.୮୬ କୋଟି ଟଙ୍କା ଥିଲା।

Share