ମୁମ୍ବାଇ,୨୦ା୪: ଆଦାନୀ-ହିଣ୍ଡେନ୍ବର୍ଗ ପ୍ରସଙ୍ଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଇବା ପାଇଁ ବିରୋଧୀ ଦଳଗୁଡ଼ିକ ଅଡ଼ିବସିଛନ୍ତି। ଇତିମଧ୍ୟରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଗୁରୁବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ଦୀର୍ଘ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। କିଛିଦିନ ପୂର୍ବରୁ ପାଓ୍ବାର ଆଦାନୀଙ୍କୁ ସମର୍ଥନ ଜଣାଇଥିଲେ। ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକାର ଶର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ରିପୋର୍ଟକୁ ଏନ୍ସିପି ଅଧ୍ୟକ୍ଷ ସମାଲୋଚନା କରିଥିଲେ। ଜେପିସି ପରିବର୍ତ୍ତେ ସୁପ୍ରିମକୋର୍ଟ କମିଟି ଦ୍ୱାରା ଆଦାନୀ ପ୍ରସଙ୍ଗର ତଦନ୍ତ ସପକ୍ଷରେ ପାଓ୍ବାର ମତ ଦେଇଥିଲେ।