Categories: ବାଣିଜ୍ୟ

ଗୌତମ ଆଦାନୀ ଏସିଆର ଶ୍ରେଷ୍ଠ ଧନୀ

ନୂଆଦିଲ୍ଲୀ,୧ା୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଟପି ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତିର ପରିଚୟ ହାସଲ କରିଛନ୍ତି। ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ସୂଚକାଙ୍କରୁ ଏହା ଜଣାପଡ଼ିଛି। ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଆଦାନୀ ୧୧୧ ବିଲିୟନ ଡଲାର ସମ୍ପତ୍ତି ସହ ସୂଚକାଙ୍କର ୧୧ତମ ସ୍ଥାନରେ ଥିବାବେଳେ ଅମ୍ବାନୀଙ୍କ ସମ୍ପତ୍ତି ୧୦୯ ବିଲିୟନ ଡଲାର ରହିଛି। ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ କାରବାରରେ ଉଲ୍ଲେଖନୀୟ ବୃଦ୍ଧି ଯୋଗୁ ସେ ଅମ୍ବାନୀକୁ ଟପିଛନ୍ତି।

ଆଦାନୀ ଗ୍ରୁପ୍‌ର ଆଗାମୀ ଦଶନ୍ଧିରେ ୯୦ ବିଲିୟନ ଡଲାର ବିନିଯୋଗ କରି ଏହାର ବ୍ୟବସାୟକୁ ସମ୍ପ୍ରସାରଣ କରିବାକୁ ଯାଉଥିବା ଯୋଜନା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଏହାର ସବୁ କମ୍ପାନୀର ଶେୟାର ମୂଲ୍ୟ ବଢ଼ିଥିଲା। ଆଦାନୀ ଗ୍ରୁପ୍‌ ଷ୍ଟକ୍‌ରେ ୧.୨୩ ଲକ୍ଷ କୋଟି ନିବେଶକ ପୁଞ୍ଜି ସାମିଲ ହେବା ସହ ଏହାର ମୋଟ ବଜାର ପୁଞ୍ଜି ୧୭.୯୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଶୁକ୍ରବାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜିରେ ୮୪,୦୬୪ କୋଟି ଟଙ୍କା ଯୋଡ଼ିହେବା ସହ ମୋଟ ବଜାର ପୁଞ୍ଜି ୧୭.୫୧ ଲକ୍ଷ କୋଟି ଟଙ୍କା ରହିଥିଲା।

Share