ତିନି ରାଜ୍ୟରେ ଜିତିଲା ଭାଜପା, ଗୋଟିଏ ଦିନରେ ଗୌତମ ଅଦାନୀଙ୍କର ବଢିଗଲା ୫.୬ ବିଲିୟନ ଡଲାର ସମ୍ପତ୍ତି

ମୁମ୍ବାଇ, ୪ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ତିନି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନରେ ବାଜିମାତ କରିଛି। ଭାଜପାର ଏହି ବିଜୟ ପରେ ସୋମବାର ଭାରତୀୟ ସେୟାର ବଜାରରେ ଉତ୍ସାହ ଦେଖବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସେନସେକ୍ସ ୧୩୮୪ ପଏଣ୍ଟ ବୃଦ୍ଧି ସହିତ ୬୮,୮୬୫ ପଏଣ୍ଟରେ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ନିଫ୍ଟି ୪୧,୬ ପଏଣ୍ଟ ବୃଦ୍ଧି ସହିତ ୨୦,୬୮୬ ପଏଣ୍ଟରେ ବନ୍ଦ ହୋଇଛି। ଏହି ସମୟରେ, ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୫.୬ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି।

ରବିବାର ଦିନ ନିର୍ବାଚନ ଫଳାଫଳ ପରେ ସେନସେକ୍ସ ଏବଂ ନିଫ୍ଟିରେ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ସନ୍ଧ୍ୟା ସୁଦ୍ଧା ନିବେଶକଙ୍କ ସମ୍ପତ୍ତି ୫.୮୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୩୪୩.୫୧ ଲକ୍ଷ କୋଟିରେ ପହଞ୍ଚିଛି।

ଚଳିତ ବର୍ଷ ଜାନୁଆରୀ ୨୪ ଆଦାନୀ ଗ୍ରୁପ୍ ପାଇଁ ସବୁଠାରୁ ଖରାପ ଦିନ ଥିଲା। ଆମେରିକୀୟ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପର ଏଫପିଓ ଆସିବା ପୂର୍ବରୁ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ ଆଦାନୀ ଗ୍ରୁପ୍ ବିରୋଧରେ ଅନେକ ଅଭିଯୋଗ କରାଯାଇଥିଲା। ଏହିରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ୍‌ର ସେୟାରରେ ତୀବ୍ର ହ୍ରାସ ଆରମ୍ଭ ହୋଇଥିଲା। ଅନେକ ଦିନ ଧରି ହ୍ରାସ ହେତୁ ଆଦାନୀ ଗ୍ରୁପ୍ ବହୁ କ୍ଷତି ସହିଥିଲା। ଫଳରେ ଗୌତମ ଆଦାନୀ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ଆଖ୍ୟା ହରାଇଲେ ଏବଂ କୋଟି କୋଟି ଟଙ୍କାର ସେୟାର ବିକ୍ରି କରି ନିବେଶକ ଛାଡି ଚାଲି ଯାଇଥିଲେ। ୬୫.୮ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଗୌତମ ଆଦାନୀ ବର୍ତମାନ ବିଶ୍ୱର ୨୦ ତମ ସ୍ଥାନରେ ରହିଛନ୍ତି।

Share