ନୂଆଦିଲ୍ଲୀ,୧୪।୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ଠାରୁ ଲଗାତାର ୫ ମାସ ଧରି ଖେଳୁଥିବା ବୋଲର୍ ଜସପ୍ରିତ ବୁମ୍ରା ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସ୍ବେନ୍ରେ ଖେଳାଯିବାକୁ ଥିବା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ରେ ଖେଳିପାରିବେ ନାହିଁ। ତେବେ ବିସିସିଆଇ ବୁମରାଙ୍କ ଯତ୍ନ ନେବା ଉଚିତ। ଆବଶ୍ୟକସ୍ଥଳେ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜରେ ବିଶ୍ରାମ ଦିଆଯିବା ଦରକାର ବୋଲି ପୂର୍ବ ଭାରତୀୟ ଓପନର୍ ଗୌତମ ଗମ୍ଭୀର ପରାମର୍ଶ ଦେଇଛନ୍ତି।
ଇଂଲଣ୍ଡ ବିପକ୍ଷରେ ଫେବ୍ରୁଆରୀ ୫ରୁ ଚେନ୍ନାଇରେ ୪ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆରମ୍ଭ ହେବ। ଏହି ସମୟରେ ସବୁ ମ୍ୟାଚ୍ରେ ବୁମ୍ରାଙ୍କୁ ଖେଳାଇବା ଠିକ୍ ହେବ ନାହିଁ। ତାଙ୍କର ସ୍ବାସ୍ଥ୍ୟକୁ ଦେଖିବାକୁ ହେବ। କାରଣ ସେ ଦୀର୍ଘଦିନ ପର୍ଯ୍ୟନ୍ତ ବୋଲିଂ କରିବାର କ୍ଷମତା ରଖିଛନ୍ତି। ଏଣୁ ସେ ଫିଟ୍ ରହିବା ଜରୁରୀ ବୋଲି ଗମ୍ଭୀର କହିଛନ୍ତି।