Categories: ଖେଳ

ଶ୍ରୀସନ୍ଥଙ୍କ ନାଁ ଶୁଣିବା ମାତ୍ରେ ରାଗିଗଲେ ଗମ୍ଭୀର, କହିଦେଲେ ଏମିତି

ନୂଆଦିଲ୍ଲୀ,୧୩।୧୨: ବିବାଦ ଯେଉଁଠି,ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ସେଇଠି। ନିକଟରେ ସେ ପୂର୍ବତନ କ୍ରିକେଟର ଏସ୍‌. ଶ୍ରୀସନ୍ଥଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ରହିଥିଲେ। ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟରେ ଗମ୍ଭୀର ‘ଫିକ୍ସର’ କହିବା ଯୋଗୁ ରାଗି ଯାଇଥିବା ନେଇ ଶ୍ରୀସନ୍ଥ ଅଭିଯୋଗ କରିଥିଲେ। ହେଲେ ଗମ୍ଭୀର କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏବେ ଗମ୍ଭୀର ପ୍ରଥମ ଥର ଗଣମାଧ୍ୟମ ସମ୍ମୁଖକୁ ଆସିଥିବା ବେଳେ ତାଙ୍କୁ ଏନେଇ ପଚରାଯାଇଥିଲା। ପ୍ରଶ୍ନ ଶୁଣି ସେ ରାଗି ଯାଇଥିବା ବେଳେ ଶ୍ରୀସନ୍ଥଙ୍କୁ ନେଇ ବଡ଼ କଥା କହିଛନ୍ତି।

ଗମ୍ଭୀର ‘ଖେଲୋ ଇଣ୍ଡିଆ’ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ତାଙ୍କୁ ଶ୍ରୀସନ୍ଥଙ୍କ ସହ ଝଗଡ଼ା ଉପରେ ପଚରାଯାଇଥିଲା। ପ୍ରଶ୍ନ ଶୁଣି ତାଙ୍କ ମୁହଁର ହାବଭାବ ବଦଳିଯାଇଥିଲା। କାର୍ଯ୍ୟକ୍ରମରେ ସେ ଏହି ଘଟଣା ଉପରେ କଥା ହେବାକୁ ଆସିନାହାନ୍ତି ବୋଲି ରୋକଠୋକ ଶୁଣାଇଥିଲେ। ଏହାପରେ ସେ କହିଥିଲେ ଯେ, ମୁଁ ଯୁବ ଖେଳାଳିଙ୍କୁ ଦେଖିବାକୁ ଆସିଛି। ଏକ ପ୍ଲାଟଫର୍ମ ଦେବାକୁ ଆସିଛି, ଯାହାଦ୍ୱାରା ସେ ନିଜର, ନିଜ ପରିବାର, ରାଜ୍ୟ, ଦେଶର ନା ବଢ଼ାଇପାରିବେ।

Share